ଅକ୍ଷର ବ୍ୟୁରୋ: ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ୪ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଜଣେ ଯୁବକ ଗୁରୁତର ଆହତ । ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ ୪ ଆମିଷ ବଜାର ନିକଟରେ । ଦୁର୍ଘଟଣା ଘଟାଇ ବିରୋଧ କରିବାରୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ । କର୍ମଚାରୀ ଜଣଙ୍କ ହୋଟେଲରୁ ଫେରୁଥିବା ବେଳେ ପ୍ରଥମେ ୨ ମଦ୍ୟପ ଧକ୍କା ଦେଇଥିଲେ । ଏହାକୁ ନେଇ ବଚସା ପରେ ଆଉ ୨ ଯୁବକ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଆହତ ଯୁବକ ହେଲେ ପଶ୍ଚିମବଙ୍ଗର ବୁଦ୍ଧ ଭୂୟାଁ । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।
ରାଜଧାନୀରେ ରାତି ଅଧରେ ବୁଲିଲା ଖଣ୍ଡା; ୪ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଜଣେ ଯୁବକ ଗୁରୁତର ।












Leave a Reply