ଶ୍ୟାମପୁରରେ ପ୍ରାୟ ୬୧.୪ ଏକର ସରକାରୀ ଜମି ଦଖଲମୁକ୍ତ; ବିନା ନୋଟିସ୍‌ରେ ଉଚ୍ଛେଦ କରାଯାଉଥିବା ଅଭିଯୋଗ କଲେ ବସ୍ତି ବାସିନ୍ଦା ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ପକ୍ଷରୁ ଭରତପୁରର ଶ୍ୟାମପୁର ମୌଜାରେ ପ୍ରାୟ ୬୧.୪ ଏକର ସରକାରୀ ଜମି ଦଖଲମୁକ୍ତ କରାଯାଇଛି । ଏହି ଉଚ୍ଛେଦ ପରେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଲାଗି ରହିଛି ଅସନ୍ତୋଷ । ଦୀର୍ଘ ବର୍ଷ ଧରି ଏହି ସ୍ଥାନରେ ରହି ଆସୁଛନ୍ତି । ହେଲେ ଏବେ ସରକାର ଜୋର ଜବରଦସ୍ତ ସେମାନଙ୍କୁ ବେଘର କରୁଥିବା ଅଭିଯୋଗ ହୋଇଛି । ଜୋର ଜବରଦସ୍ତ ବିନା ନୋଟିସ୍‌ରେ ଉଚ୍ଛେଦ କରାଯାଉଥିବା ଅଭିଯୋଗ କରିଛନ୍ତି ।

ଶନିବାର ଦ୍ୱିତୀୟ ଦିନ ୧୨ଟି ଜେସିବି ମେସିନ୍ ଦ୍ୱାରା ୭୩୯ଟି ଘର ଭାଙ୍ଗି ଦିଆଯାଇଛି । ଗତ ଦୁଇଦିନରେ ମୋଟ ୯୨୬ଟି ଘର ଭଙ୍ଗା ହୋଇଛି । ଏହା ବ୍ୟତିତ ପ୍ରାୟ ୩୦୦ଟି ନିର୍ମାଣାଧୀନ ଘର ମଧ୍ୟ ଭଙ୍ଗା ଯାଇଛି । ମୋଟ ୬୮ ଏକର ମଧ୍ୟରୁ ବାକି ଥିବା ସାତ ଏକର ଜମି ଚଳିତ ଆଇନଗତ କାର୍ଯ୍ୟାନୁଷ୍ଠାନ ହେତୁ ଦଖଲମୁକ୍ତ କରାଯାଇପାରି ନାହିଁ । ତେବେ ଘର ଭାଙ୍ଗିଯିବା ପରେ ଭଙ୍ଗା ଘରୁ ନିଜ ସାମଗ୍ରୀ ଖୋଜୁଛନ୍ତି ଲୋକ । କିଛି ପରିବାର ପିଲା ଛୁଆଙ୍କୁ ଧରି ଭଙ୍ଗା ଘର ଆଗରେ ବସି ରହିଛନ୍ତି । କଷ୍ଟ ଅର୍ଜିତ ଟଙ୍କାରେ ନିଜର ସ୍ୱପ୍ନର ଘର ନିର୍ମାଣ କରୁ କରୁ ଠକାମିରେ ପଡ଼ିଥିବା ଲୋକ ଏବେ ନିଜ ଭାଗ୍ୟକୁ ଦୋଷ ଦେଉଛନ୍ତି । ଅନ୍ୟପଟେ ସରକାରୀ ଜମି ବିକି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି ଜମି ମାଫିଆ । ହେଲେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)