ପୁରୀ ଯାଉଥିବା ଟୁରିଷ୍ଟ ବସ୍‌ର ଦୁର୍ଘଟଣା: ସ୍କର୍ପିଓକୁ ପଛରୁ ଧକ୍କା, ୨ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ମାର୍କୋଣା ଇଲେକ୍ଟ୍ରି ଅଫିସ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ପୁରୀ ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟ ବସ୍‌ ନିୟନ୍ତ୍ରଣ ହରାଇ ଏକ ସ୍କର୍ପିଓକୁ ପଛପଟୁ ଧକ୍କା ଦେଇଥିବା ଜଣାପଡ଼ିଛି । ଦୁର୍ଘଟଣା ସମୟରେ ସ୍କର୍ପିଓରେ ମୋଟ ୧୨ ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।ଅନ୍ୟପଟେ ଟୁରିଷ୍ଟ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି । ତେବେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଅନ୍ୟାନ୍ୟ ତଥ୍ୟ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial