ଘରୋଇ କଳହରୁ ରକ୍ତରଞ୍ଜିତ ଜ୍ୱାଇଁ-ଶଶୁର ସମ୍ପର୍କ! କଟୁରୀ ଚୋଟରେ ଶଶୁରଙ୍କ ମୃତ୍ୟୁ

ସମ୍ବଲପୁର: ଘରୋଇ କଳହରୁ ଭୟଙ୍କର ହତ୍ୟାକାଣ୍ଡ । ଜ୍ୱାଇଁଙ୍କ ଆକ୍ରମଣରେ ଶଶୁରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ସମ୍ବଲପୁର ଜିଲ୍ଲା ବାମରା ଗୋବିନ୍ଦପୁର ଥାନା ଅନ୍ତର୍ଗତ ମହୁଲଛାପଲ ଗାଁରେ ଘଟିଛି ଏହି ଘଟଣା । ମୃତକ ହେଉଛନ୍ତି କାଲୋ କଚ୍ଛପ ।

ସୂଚନା ଅନୁସାରେ, ଗତକାଲି କାଲୋ କଚ୍ଛପ ତାଙ୍କ ଜ୍ୱାଇଁ ଘରକୁ କୁଣିଆ ଭାବେ ଆସିଥିଲେ । ତେବେ ରାତିରେ କୌଣସି ଏକ କାରଣକୁ ନେଇ ଶଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲା । କିଛି ସମୟ ପରେ ବଚସା ଉଗ୍ରରୂପ ନେଇଥିବା ଅଭିଯୋଗ ହୋଇଛି । ଏହାପରେ ଜ୍ୱାଇଁ କଟୁରୀରେ ଶଶୁର କାଲୋ କଚ୍ଛପଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି । ଆକ୍ରମଣରେ କାଲୋ ଗୁରୁତର ହୋଇପଡ଼ିଥିଲେ । ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ଖବର ପାଇ ଗୋବିନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ, ବଚସା କାହିଁକି ହୋଇଥିଲା ଏବଂ କେଉଁ ପରିସ୍ଥିତିରେ ଆକ୍ରମଣ ଘଟିଲା, ସେନେଇ ପୁଲିସ ତଦନ୍ତ କରୁଛି । ଘରୋଇ କଳହରୁ ଜ୍ୱାଇଁ-ଶଶୁର ସମ୍ପର୍କରେ ଏଭଳି ଦୁଃଖଦ ଘଟଣା ଘଟିଥିବା ବେଳେ ଏବେ ଘଟଣାର ପୂରା ତଥ୍ୟ ଓ ପୃଷ୍ଠଭୂମି ଖୋଜୁଛି ପୁଲିସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial