ପୁରୀରେ ପୁଣି ହତ୍ୟାକାଣ୍ଡ: ଜଗନ୍ନାଥ ବଲ୍ଲଭରେ ପଥରରେ ଛେଚି ଜଣଙ୍କୁ ହତ୍ୟା!

ପୁରୀ: ପୁଣି ପୁରୀରେ ହତ୍ୟାକାଣ୍ଡ । ଜଗନ୍ନାଥ ବଲ୍ଲଭ ପରିସରରେ ବେଣ୍ଟ ପୋଖରୀ ନିକଟରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି । ମୃତକ ଜଣେ ମାନସିକ ଭାବେ ଅସୁସ୍ଥ ବ୍ୟକ୍ତି ବୋଲି ଟାଉନ୍ ଆଇଆଇସି ସୂଚନା ଦେଇଛନ୍ତି ।

ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ମୃତକ ଜଣକ ଜଗନ୍ନାଥ ବଲ୍ଲଭ ପରିସରରେ ପ୍ରତିଦିନ ଶୋଉଥିଲେ । ତେବେ ଗତକାଲି ରାତି ୧୦ଟା ପରଠାରୁ ସେଠାରେ ଶୋଉଥିବା ଆଉ ଜଣେ ମାନସିକ ଭାବେ ଅସୁସ୍ଥ ବ୍ୟକ୍ତିଙ୍କର ପତ୍ତା ମିଳୁନାହିଁ । ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଓ ଗଣ୍ଡଗୋଳ ହୋଇଥାଇପାରେ । ଏହାପରେ ଗଣ୍ଡଗୋଳ ଉଗ୍ରରୂପ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ଭାବେ ଅନୁମାନ କରୁଛି । ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ଏବଂ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବା ସହ ନିଖୋଜ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ଖୋଜଖବର ନେଉଛି ପୁଲିସ । ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial