‘ଅପରେସନ ସିନ୍ଦୂର’କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା: ଆସନ୍ତାକାଲି ସଂସଦ ଭବନରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ନେଇ ସୂଚନା ।

୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ମଧ୍ୟରାତ୍ରରେ ଏକ ଏୟାର ଷ୍ଟ୍ରାଇକ ମାଧ୍ୟମରେ ଦିଆଯାଇଛି। ଯେଉଁଥିରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା। ‘ଅପରେସନ୍ ସିନ୍ଦୂର’ ମିଶନ ଅଧୀନରେ ଭାରତୀୟ ବାୟୁସେନା ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡା ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଅନ୍ୟପକ୍ଷରେ, ଅପରେଶନ ସିନ୍ଦୂର ନାମରେ ସେନା ଦ୍ୱାରା ଚାଲିଥିବା ଏହି ଅପରେଶନ ସମ୍ପର୍କରେ ବୁଧବାର ଏକ ପ୍ରେସ ବ୍ରିଫିଂ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ କର୍ଣ୍ଣେଲ ସୋଫିଆ କୁରେଶୀ ଅପରେଶନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିଥିଲେ। ପାକିସ୍ତାନୀ ସେନାକୁ କୌଣସି ପ୍ରକାରେ ଟାର୍ଗେଟ କରାଯାଇ ନଥିଲା।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେନାର କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରାଯାଇଥିଲା।

ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂରକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଆମ ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ଦିନ। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀ ମାସୁଦ ଆଝାର ଗୁରୁତର କ୍ଷତି ପାଇଛି। ତାର ପରିବାରର ୧୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ମଧ୍ୟ ହୋଇଛନ୍ତି। ମାସୁଦର ଚାରି ଜଣ ସହଯୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଖବର ଅଛି। ପାକିସ୍ତାନ ଉପରେ ଭାରତ କରିଥିବା ଆକ୍ରମଣ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଘରି ବୁଲୁଛି। ଏହାଛଡା ଆସନ୍ତାକାଲି ସକାଳ ୧୧ଟାରେ ସଂସଦ ଭବନରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସୂଚନା ମଧ୍ୟ ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial