ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍ । ଓଡ଼ିଶା ଗସ୍ତରେ ଆସିବାକୁ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ବାତିଲ ହୋଇଛି । ଅପରେସନ ସିନ୍ଦୁର ପାଇଁ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି । ପୁରୀ, ସମ୍ବଲପୁର ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ଆସନ୍ତା 10 ତାରିଖରେ ଶାହ ଭୁବନେଶ୍ୱରରୁ ଜଟଣୀ ଯାଇ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର ଥିଲା । ହେଲେ ଭାରତର ଏହି ସମୟରେ ତାଙ୍କ ଗସ୍ତଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସେଠି ରହିବା । ସେହି କାରଣରୁ ତାଙ୍କ ଗସ୍ତ ବାତିଲ୍ କରାଯାଇଥିବ ବୋଲି ଜଣାପଡୁଛି।
ସେପଟେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଇଥିବା ବେଳେ ଆକ୍ସନ ମୋଡରେ ଅଛନ୍ତି ଭାରତ ସରକାର । ଏହାରି ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ ହୋଇଛି । ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଇଉରୋପ ଗସ୍ତ ବାତିଲ କରିଥିଲେ । ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ଅମିତ ଶାହ ଓଡିଶା ଆସି ଭୁବନେଶ୍ୱର ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ହେଲେ ତାହା ସ୍ଥଗିତ ରହିଛି।















Leave a Reply