ଶୋଚନୀୟ ଅବସ୍ଥାରେ ଅଙ୍ଗନୱାଡ଼ି: ସ୍କୁଲ ବାରଣ୍ଡାରେ ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ

ଶୋଚନୀୟ ଅବସ୍ଥାରେ ଅଙ୍ଗନୱାଡ଼ି ଗୃହ, କାନ୍ଥ ଭାଙ୍ଗି ଆଁ ହୋଇ ରହିଥିବା ବେଳେ ଉପରୁ ପ୍ଲାଷ୍ଟର ଭାଙ୍ଗି ପଡ଼ିଛି। ଅଙ୍ଗନୱାଡ଼ି ଏବେ ଗୋରୁ ଗୁହାଳରେ ପରିଣତ ହୋଇଛି। ଅନ୍ୟପଟେ କୋମଳମତି ଶିଶୁମାନେ ବିଦ୍ୟାଳୟ ବାରଣ୍ଡାରେ ବସି ପ୍ରାକ୍ କରିବା ସହ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ। ଏନେଇ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି।

ରଙ୍ଗମାଟିଆ ଅଙ୍ଗନୱାଡ଼ି କେନ୍ଦ୍ରକୁ ୫୦ରୁ ଉର୍ଦ୍ଧ୍ୱ ଶିଶୁ ଆସୁଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ଵ ଘର ନଥିବାରୁ କୋମଳମତି ଶିଶୁମାନେ ଅତି ଦୟନୀୟ ଅବସ୍ଥାରେ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଶିଶୁମାନଙ୍କର ଖାଦ୍ୟ ପ୍ରସ୍ତୁତି ପାଇଁ ବର୍ଷା ଦିନରେ ସମସ୍ୟା ହେଇଛି। ୩୦ ରୁ ୪୦ ବର୍ଷ ହେବ ଏହି ଅଙ୍ଗନୱାଡ଼ି କେନ୍ଦ୍ରଟି ନିର୍ମାଣ ହୋଇଥିବା ସୂଚନା ମିଳିଛି କିନ୍ତୁ ତାହା ଏବେ ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ରାଜ୍ୟ ସରକାର ଶିଶୁ ବାଟିକାର ଶୁଭାରମ୍ଭ କରିଥିବା ବେଳେ କିନ୍ତୁ ଏଠି ଗୃହ ନଥିବା ଯୋଗୁଁ ଭଡ଼ା ଘରେ ଚାଲୁଅଛି ବାଟିକା କର୍ଯ୍ୟକ୍ରମ। ରଙ୍ଗମାଟିଆ ଗ୍ରାମ ବିଦ୍ୟାଳୟରେ କ୍ରୀଡ଼ା ପାଇଁ ଫିଲ୍ଡ ନଥିବା ଦ୍ଵାରା ସ୍କୁଲର ଛାତ୍ର ଛାତ୍ରୀମାନେ କ୍ରୀଡ଼ାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଆମ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)