ଅକ୍ଷର ବ୍ୟୁରୋ: ବ୍ରହ୍ମପୁରରେ ଯୁବକ ଯୁବତୀଙ୍କ ଉପରେ ଆକ୍ରମଣ ଘଟଣା । ଥାନାରେ ଆତ୍ମସମର୍ପଣ କଲା ଆଉ ଜଣେ ଅଭିଯୁକ୍ତଙ୍କ । ବ୍ରହ୍ମପୁର ଟାଉନ ଥାନାରେ ଆତ୍ମସମର୍ପଣ କରିଛି ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ସାନ ଭାଇ ଆଶିଷ । ପୋଲିସ ଏନକାଉଣ୍ଟର ଭୟରେ ନିଜ ଓକିଲଙ୍କ ଜରିଆରେ ଆସି ଟାଉନ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଆଶିଷ ସାହୁ । ମାମଲାରେ ଗତକାଲି ୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ ପାଇଁ ପୋଲିସ ଅଭିଯୁକ୍ତକୁ ସାଙ୍ଗରେ ନେଇଥିଲା । ଆଉ ସେହି ସମୟରେ ଜଣେ ASIଙ୍କ ଅସ୍ତ୍ର ଛଡ଼ାଇବାରୁ ଡିଫେନ୍ସ ପାଇଁ ଫାୟାରିଂ କରିଥିଲା ପୋଲିସ । ଯେଉଁଥିରେ ଅଭିଯୁକ୍ତର ଆଣ୍ଠୁ ଓ ହାତରେ ଗୁଳି ବାଜିଥିଲା । ତେବେ ଏବେବି ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ଖୁବଶୀଘ୍ର ସେମାନଙ୍କୁ ବନ୍ଧା ଯିବ ବୋଲି ଆଇଜି ସୂଚନା ଦେଇଛନ୍ତି । ଏଥିସହ ଏଭଳି ଅପରାଧ ଘଟାଉଥିବା ଅପରାଧୀଙ୍କୁ କଡା ଚେତବନୀ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ।
ବ୍ରହ୍ମପୁର ଯୁବକ-ଯୁବତୀ ଆକ୍ରମଣ ଘଟଣାରେ ଆଉ ଜଣେ ଅଭିଯୁକ୍ତର ଆତ୍ମସମର୍ପଣ ।












Leave a Reply