ଟଙ୍କପାଣି ସେତୁରେ ପୁଣି ଅଘଟଣ: ଅଟୋ ରଖି ନଦୀକୁ ଖସିପଡ଼ିଲେ ଚାଳକ, ରାତିସାରା ଖୋଜାଖୋଜି

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ସେତୁରେ ପୁଣି ଅଘଟଣ। ସେତୁ ଉପରେ ଅଟୋ ରଖି ଜଣେ ଚାଳକ କୁଆଖାଇ ନଦୀକୁ ଖସିପଡ଼ିଥିବା ସୂଚନା ମିଳିଛି। ନିଖୋଜ ଅଟୋ ଚାଳକ ଓଲ୍ଡ ଟାଉନ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଗତ ରାତିରେ ଅଗ୍ନିଶମ କର୍ମଚାରୀମାନେ କୁଆଖାଇ ନଦୀରେ ଖୋଜାଖୋଜି କରିଥିଲେ। ତେବେ ଦୀର୍ଘ ସମୟ ଧରି ଖୋଜାଖୋଜି ସତ୍ତ୍ୱେ ଅଟୋ ଚାଳକଙ୍କର କୌଣସି ପତ୍ତା ମିଳିନାହିଁ। ଟଙ୍କପାଣି ସେତୁରେ ଏହା ନୂଆ ଘଟଣା ନୁହେଁ। ମାତ୍ର ୨ ଦିନ ତଳେ ଓଲ୍ଡ ଟାଉନ ଅଞ୍ଚଳର ଜଣେ ୨୩ ବର୍ଷୀୟ ଯୁବକ ଟଙ୍କପାଣି ବ୍ରିଜ୍ ଉପରେ ନିଜ ସ୍କୁଟର ରଖି କୁଆଖାଇ ନଦୀକୁ ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ପରଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗୋଟିଏ ଘଟଣାର ଦୁଇ ଦିନ ପରେ ପୁଣି ସମାନ ସ୍ଥାନରେ ଅଟୋ ଚାଳକ ନିଖୋଜ ହେବା ପରେ ଟଙ୍କପାଣି ସେତୁ ଓ କୁଆଖାଇ ନଦୀ ଅଞ୍ଚଳକୁ ନେଇ ଚିନ୍ତା ବଢ଼ିଛି। ନିଖୋଜ ଚାଳକଙ୍କୁ ଠାବ କରିବା ପାଇଁ ଉଦ୍ଧାରକାରୀ ଟିମ୍‌ର ଖୋଜାଖୋଜି ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial