ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କାର୍ରେ ଅଗ୍ନିକାଣ୍ଡ। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଜୟଦୁର୍ଗା ନଗରରେ ଗତ ରାତିରେ ଏକ କାର୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ନିଆଁ କାର୍କୁ ସମ୍ପୂର୍ଣ୍ଣ ଆୟତ୍ତ କରିନେଇଥିଲା। କାର୍ରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ସୂଚନା ମିଳିବା ପରେ ଭୁବନେଶ୍ୱର ଫାୟାର ଷ୍ଟେସନ୍ର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀମାନେ ତତ୍ପରତାର ସହ ନିଆଁକୁ ଆୟତ୍ତ କରି ଲିଭାଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ନିଆଁ ଆୟତ୍ତକୁ ଆସିଥିଲେ ମଧ୍ୟ ଅଗ୍ନିକାଣ୍ଡରେ କାର୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ନିଆଁ କିପରି ଲାଗିଲା, ତାହାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି। ନିଆଁ ଲାଗିବାର କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
କାର୍ରେ ଲାଗିଲା ନିଆଁ, କିଛି ସେକେଣ୍ଡରେ ପୋଡ଼ି ପାଉଁଶ! ଲକ୍ଷ୍ମୀସାଗରରେ ଅଗ୍ନିକାଣ୍ଡ












Leave a Reply