ଭୁବନେଶ୍ୱର: ଆଉ କିଛି ଦିନ ପରେ ଧରାବତରଣ କରିବେ ଅଗ୍ରପୂଜ୍ୟ ଗଜାନନ। ଗଣେଶ ପୂଜାକୁ ନେଇ ଗାଁଠୁ ସହର ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରର ସିଜୁଆ ଯୁଗଜ୍ୟୋତି ଯୁବକ ସଂଘ ଏଥର ନିଆରା ଢଙ୍ଗରେ ଗଜାନନଙ୍କ ଆଗମନକୁ ନେଇ ପ୍ରସ୍ତୁତି ଚଳାଇଛି। ଏଥର ପୂଜାର ମୁଖ୍ୟ ଆକର୍ଷଣ ସାଜିବ ମହାଭାରତର ପାଞ୍ଚାଳ ରାଜପ୍ରାସାଦ। ବିଶାଳ ଆକାରରେ ନିର୍ମାଣ ହେଉଥିବା ଏହି ରାଜପ୍ରାସାଦର ଉଚ୍ଚତା ୭୫ ଫୁଟ୍ ଏବଂ ଚଉଡ଼ା ୧୨୦ ଫୁଟ୍ ରହିଛି। ଏହାକୁ ନେଇ ଏବେଠାରୁ ସିଜୁଆ ଅଞ୍ଚଳରେ ଉତ୍ସାହ ବଢ଼ିବାରେ ଲାଗିଛି। ଚଳିତବର୍ଷ ବିଶାଳକାୟ ଗଣେଶ ମୂର୍ତ୍ତି ନିର୍ମାଣ ଅପେକ୍ଷା ସୁନ୍ଦର ଓ ଆକର୍ଷଣୀୟ ମୂର୍ତ୍ତି ତିଆରି ଉପରେ ଫୋକସ୍ କରିଛି ଯୁଗଜ୍ୟୋତି ଯୁବକ ସଂଘ। ପୂଜାମଣ୍ଡପର ସାଜସଜ୍ଜା ସହ ଗଜାନନଙ୍କ ମୂର୍ତ୍ତିକୁ ମଧ୍ୟ ସ୍ୱତନ୍ତ୍ର ଭାବେ ଆକର୍ଷଣୀୟ କରାଯାଉଛି। ଏଥର ଗଜାନନଙ୍କ ଶୃଙ୍ଗାରରେ ମଧ୍ୟ ରହିବ ସ୍ୱତନ୍ତ୍ର ଆକର୍ଷଣ। ସୁନା ଓ ରୂପା ଅଳଙ୍କାରରେ ଗଜାନନଙ୍କୁ ସଜାଯିବ। ଏପରିକି ଗଜାନନଙ୍କ ଦାନ୍ତ ସମ୍ପୂର୍ଣ୍ଣ ରୂପାରେ ପ୍ରସ୍ତୁତ କରାଯାଇଛି। ଫଳରେ ଚଳିତବର୍ଷ ସିଜୁଆ ଯୁଗଜ୍ୟୋତି ଯୁବକ ସଂଘର ଗଣେଶ ପୂଜା ମଣ୍ଡପ ଭକ୍ତ ଓ ଦର୍ଶକଙ୍କ ପାଇଁ ନିଆରା ଆକର୍ଷଣ ପାଲଟିବାକୁ ଯାଉଛି।
୭୫ ଫୁଟ୍ ଉଚ୍ଚ, ୧୨୦ ଫୁଟ୍ ଚଉଡ଼ା ପାଞ୍ଚାଳ ରାଜପ୍ରାସାଦ! ଏଥର ଏମିତି ଆସିବେ ଗଜାନନ












Leave a Reply