ପୁଣି ଜଣେ ନାବାଳିକା ହେଲେ ଗଣଦୁର୍ଷ୍କମର ଶିକାର; ଟିଉସନ୍ ସାରି ଫେରୁଥିବା ବେଳେ ବଣକୁ ଟେକି ନେଲେ ଦୁବୃର୍ତ୍ତ ।

ଅକ୍ଷର ବ୍ୟୁରୋ: ପୁଣି ନାରୀ ଦୁଷ୍କର୍ମର ଶିକାର ହେବା ଖବର ସାମ୍ନାକୁ ଆସିଛି । ପୁଣି ନାରୀ ସୁରକ୍ଷା ନେଇ ଚିନ୍ତା ବଢ଼ାଇଛି । ବାଲେଶ୍ୱର ସୋର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ପୁଣି ଏଭଳି ଏକ ଅଭିଯୋଗ । ଟିଉସନ୍‌ରୁ ଫେରିବା ସମୟରେ ନାବାଳିକାକୁ ଉଠାଇନେଇ ଗଣଦୁର୍ଷ୍କମ ଉଦ୍ୟମ । ଏନେଇ ଥାନାରେ ପରିବାର ଲୋକଙ୍କ ଏତଲା ପରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ୍ ।

ସୂଚନା ଅନୁସାରେ, ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ଶନିବାର ସଂଧ୍ୟାରେ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ଏକୁଟିଆ ପାଇ ନାବାଳିକାକୁ ବଣକୁ ଟେକି ନେଇ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ । ନାବାଳିକା ବିରୋଧ କରିବାରୁ ତାଙ୍କୁ ମାଡ ମଧ୍ୟ ମାରିଛନ୍ତି । ପରେ ଦୁଇ ଦୁବୃର୍ତ୍ତଙ୍କୁ କାମୁଡି ଦୌଡି ପଳାଇ ଆସିଥିବା କହିଛନ୍ତି ପୀଡିତା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)