ଆୟୁଷ୍ମାନ ଯୋଜନାକୁ ନେଇ ଲାଗି ରହିଥିବା ଦ୍ୱନ୍ଦକୁ ଦୂର କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହାସହ ହିତାଧିକାରୀ କେମିତି ଫାଇଦା ପାଇବେ, ଆୟୁଷ୍ମାନ କାର୍ଡକୁ କେମିତି ଉପଯୋଗ କରିବେ ସେନେଇ ସବିଶେଷ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଓଡ଼ିଶାର ୧କୋଟି ୩ଲକ୍ଷ ପରିବାରର ମୋଟ ୩କୋଟି ୫୦ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେବେ। ମନ୍ତ୍ରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତୋଦ୍ୱୟ ଯୋଜନା, ନବୀନ କାର୍ଡ ଏବଂ ରାସନ କାର୍ଡରେ ଥିବା ହିତାଧିକାରୀ ଆୟୁଷ୍ମାନ ଯୋଜାନର ଲାଭ ଉଠାଇ ପାରିବେ। ସେହିପରି ରାସନ କାର୍ଡରେ ନାଁ ନଥିବା ୨ଲକ୍ଷ ପରିବାର ମଧ୍ୟ ଏହି ଯୋଜନାର ସୁବିଧା ପାଇପାରିବେ ।
ରାଜ୍ୟରେ ୧କୋଟି ୩ଲକ୍ଷ ପରିବାରକୁ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସୁବିଧା ମିଳିବ ଏବଂ ମୋଟ ସାଢେ ୩ କୋଟି ଲୋକ ଆୟୁଷ୍ମାନ ଯୋଜନାର ଲାଭ ପାଇବେ। ୭୦ ବର୍ଷରୁ ଉର୍ଦ୍ଧ ୨୩ ଲକ୍ଷରୁ ଅଧିକ ଲୋକ ହେବେ ଉପକୃତ। ୬ ଲକ୍ଷଙ୍କୁ ଅନ୍ଲାଇନ୍ରେ ମିଳିବ କାର୍ଡ ୭୦ ବର୍ଷର ଅଧିକ ଇନକମ୍ ଟାକ୍ସ ଦେଉଥିଲେ ଲୋକମାନଙ୍କୁ ମଧ୍ୟ ମିଳିବ ଆୟୁଷ୍ମାନ କାର୍ଡ। ପରିବାରରେ ୭୦ ବର୍ଷରୁ ଅଧିକ ଥିଲେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଅତିରିକ୍ତ ୫ ଲକ୍ଷର ସୁବିଧା ପାଇପାରିବେ। ରାସନ କାର୍ଡରେ ନାଁ ନଥିବା ୨ଲକ୍ଷ ପରିବାର ବି ଯୋଜନାରୁ ସୁବିଧା ପାଇବେ। ଘର ଘର ବୁଲି ସେମାନଙ୍କୁ କାର୍ଡ ଦେବେ ଆଶା ଦିଦି। ଏହାଛଡା ପୁରୁଣା ବିଏସକେୱାଇ କାର୍ଡ ଦେଖାଇଲେ ବି ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା।












Leave a Reply