ଶ୍ରୀକ୍ଷେତ୍ର ପୁରୀରେ ବାବା ରାମଦେବ: ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କଲେ

ଅକ୍ଷର ବ୍ୟୁରୋ: ଯୋଗଗୁରୁ ବାବା ରାମଦେବ ଶ୍ରୀକ୍ଷେତ୍ର ପୁରୀ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଆନନ୍ଦ ଅନୁଭବ କରୁଛି। ମୋର ସୌଭାଗ୍ୟ ଯେ ଚତୁର୍ଦ୍ଧାବିଗ୍ରହଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିପାରିଲି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାବା ରାମଦେବଙ୍କୁ ମହାପ୍ରଭୁଙ୍କ ପବିତ୍ର ଖଣ୍ଡୁଆ ପାଟ ଓ ମହାପ୍ରସାଦ ପ୍ରଦାନ କରାଯାଇଥିଲା। ବିଶ୍ୱ ଯୋଗ ଦିବସ ପରିପ୍ରେକ୍ଷୀରେ ବାବା ରାମଦେବ ସମସ୍ତଙ୍କୁ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, କେବଳ ଯୋଗ ଦିବସ ନୁହେଁ, ପ୍ରତିଦିନ ଯୋଗ କରି ସମସ୍ତେ ସୁସ୍ଥ ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)