ଅକ୍ଷର ବ୍ୟୁରୋ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବା ସହ ଫୋନ୍ରେ ଧମକ ଦେଇଥିବା ଅଭିଯୋଗକୁ ନେଇ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ନେଇ ଗଡ଼ିଶାଗୋଦା ଥାନାରେ ବିଜେପି କର୍ମୀମାନେ ଲିଖିତ ଅଭିଯୋଗ ଦାଖଲ କରିଥିବାବେଳେ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବଡ଼ଓରା ଗାଁର ଜଣେ ବ୍ୟକ୍ତି ଫୋନ୍ କଲ୍ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ଭାଇରାଲ୍ ହୋଇଥିବା କଲ୍ ରେକର୍ଡିଂରେ ଉକ୍ତ ବ୍ୟକ୍ତି ଗଡ଼ିଶାଗୋଦା ଥାନା ଅଧିକାରୀଙ୍କୁ ମଧ୍ୟ ଧମକ ଦେଇଥିବା ଏବଂ ପୂର୍ବରୁ ପୁଲିସକୁ ମାଡ଼ ମାରିଥିବା କଥା କହିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଶତାଧିକ ବିଜେପି କର୍ମୀ ଥାନାରେ ପହଞ୍ଚି ଅଭିଯୋଗପତ୍ର ଦେଇଥିଲେ। ସେମାନେ ଘଟଣାର ନିରପେକ୍ଷ ତଦନ୍ତ ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ପକ୍ଷରୁ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। କଲ୍ ରେକର୍ଡିଂର ସତ୍ୟାସତ୍ୟ ଯାଞ୍ଚ କରାଯିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି।












Leave a Reply