ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମ୍‌ସିିର ନୂଆ ନିଷ୍ପତ୍ତି; ୬ଟି ଜୋନ୍‌ରେ ବାଣ୍ଟି ହେବ ବିଏମ୍‌ସିି ।

ଅକ୍ଷର ବ୍ୟୁରୋ: ଜୋନ୍ ଅଫିସର ମାତ୍ରାଧିକ ଚାପକୁ ହ୍ରାସ କରିବା ଏବଂ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମ୍‌ସିିର ନୂଆ ନିଷ୍ପତ୍ତି । ବର୍ତ୍ତମାନ ବିଏମ୍‌ସିି ୩ରୁ ୬ଟି ଜୋନ୍‌ରେ ବାଣ୍ଟି ହୋଇଛି । ଏବେ ପ୍ରତି ଜୋନ୍‌ରେ ୧୨ ଲେଖାଁଏ ୱାର୍ଡ ରହିବ । କର୍ପୋରେସନ ବୈଠକରେ ଏହି ପ୍ରସ୍ତାବ ଆଗତ ହୋଇଛି । ବିଏମ୍‌ସିରେ ବର୍ତ୍ତମାନ ୬୭ ୱାର୍ଡ ରହିଛି । ୩ଟି ଜୋନ୍ ତଥା ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଓ ଉତ୍ତର ଜୋନ୍‌ରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକେ ରହୁଛନ୍ତି । ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ବିଏମ୍‌ସି ପକ୍ଷରୁ ଆଉ ୩ ଅତିରିକ୍ତ ଜୋନ୍ ଅଫିସ ଖୋଲିବ । ଏହି ଜୋନ୍ ଅଫିସରେ ଉତ୍ତର ଜୋନ୍-୧, ଉତ୍ତର ଜୋନ୍-୨, ଦକ୍ଷିଣ ପଶ୍ଚିମ-୧, ଦକ୍ଷିଣ ପଶ୍ଚିମ-୨, ଦକ୍ଷିଣ ପୂର୍ବ-୧ ଏବଂ ଦକ୍ଷିଣ ପୂର୍ବ-୨ରେ ବାଣ୍ଟି ହେବ । ନର୍ଥ ଜୋନ୍-୧ ରେ ୱାର୍ଡ ନଂ ୧, ୨, ୩, ୪, ୫, ୬, ୯, ୧୦, ୧୧, ୧୨, ୧୭ ଏବଂ ୧୮ ନଂ ୱାର୍ଡ ରହିବ ।

ସେହିପରି ନର୍ଥ ଜୋନ୍-୨ରେ ୱାର୍ଡ ୭, ୮, ୧୩, ୧୪, ୧୫, ୧୬, ୨୦, ୨୧, ୨୨, ୨୫, ୨୬ ଏବଂ ୨୭ ନମ୍ବର ୱାର୍ଡ ରଖିବାକୁ ସ୍ଥିର ହୋଇଛି । ସେହିପରି ଦକ୍ଷିଣ ପୂର୍ବ ଜୋନ-୧ରେ ୧୯, ୩୦, ୩୧, ୩୨, ୩୩, ୩୪, ୪୧, ୪୨ ଏବଂ ୪୩ ନମ୍ବର ୱାର୍ଡ ରହିବ । ଦକ୍ଷିଣ-ପୂର୍ବ ଜୋନ୍୨ରେ ୨୮, ୨୯, ୩୫, ୩୬, ୩୭, ୩୮, ୩୯, ୪୦, ୪୬ ଏବଂ ୪୭ ୱାର୍ଡ ରହିବ । ଏହା ସହ ଦକ୍ଷିଣ ପଶ୍ଚିମ ଜୋନ୍-୧ରେ ୪୪, ୪୫, ୫୩, ୫୪, ୫୫, ୫୬, ୫୭, ୫୮, ୫୯, ୬୦, ୬୧ ଏବଂ ୬୭ ୱାର୍ଡ ରହିବ । ଏହା ସହ ଦକ୍ଷିଣ ପଶ୍ଚିମ ଜୋନ୍-୨ରେ ୨୩, ୨୪, ୪୮, ୪୯, ୫୦, ୫୧, ୫୨, ୬୨, ୬୩, ୬୪, ୬୫ ଏବଂ ୬୬ ନମ୍ବର ୱାର୍ଡ ରହିବାକ ସ୍ଥିର ହୋଇଛି । ଗୋଟିଏ ୱାର୍ଡ ଅଫିସ ଉପରେ ପ୍ରାୟ ୨୪ଟି ୱାର୍ଡ ରହୁଥିବାରୁ ଚାପ ପଡୁଥିଲା । ତେଣୁ ଏହାକୁ ଅଲଗା କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)