ଅକ୍ଷର ବ୍ୟୁରୋ: ରାଜଧାନୀର ରସୁଲଗଡ଼ରେ ବୁଲିଲା ବୁଲ୍ଡୋଜର । ରସୁଲଗଡ଼ ଛକରେ ଥିବା ଦାମୀ ସରକାରୀ ଜମିରେ ଜବରଦଖଲ କରିଥିବା ଘରକୁ ଭାଙ୍ଗିଛି ବିଏମ୍ସି । ଏଥର କୌଣସି ବସ୍ତି ବାସିନ୍ଦା ନୁହେଁ ଜଣେ ବିଲ୍ଡର ସରକାରୀ ଜମି ମାଡ଼ି ବସିଥିଲେ । ମନୋରମା ଇଷ୍ଟେଡ ବିଲଡର ଦୀର୍ଘ ଦିନ ଧରି ସରକାରୀ ଜମି ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇ ଆସୁଥିଲା । ପୂର୍ବରୁ ଥରେ ଉଛେଦ ହୋଇଥିବା ବେଳେ ପୁଣି ଥରେ ସରକାରୀ ଜମିରେ ଆଉଟହାଉସ ନିର୍ମାଣ କରିଥିଲେ ବିଲ୍ଡର । ଯାହାକୁ ନେଇ ଆଜି ଆକ୍ସନ ମୋଡ୍କୁ ଆସିଛି ବିଏମ୍ସି ।
ରାଜଧାନୀର ରସୁଲଗଡ଼ରେ ବୁଲିଲା ବୁଲ୍ଡୋଜର; ସରକାରୀ ଜମିରେ ଜବରଦଖଲ କରିଥିବା ଘରକୁ ଭାଙ୍ଗିଲା ବିଏମ୍ସି ।












Leave a Reply