ଅକ୍ଷର ବ୍ୟୁରୋ: ସିବିଆଇ ଜାଲରେ କେନ୍ଦ୍ରୀୟ ଜିଏସଟି ଅଧିକାରୀ । ଲାଞ୍ଚ ନେଉଥିବା ବେଳେ CGST ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ନାୟକଙ୍କୁ ମାଡ଼ି ବସିଛି CBI ଟିମ୍ । ଜଣେ ବ୍ୟକ୍ତିଙ୍କ ୧୬ ଲକ୍ଷ ଟଙ୍କାର ଜିଏସଟି ରିଫଣ୍ଡ କରାଇଦେବା ବାହାନାରେ ସେ ମୋଟା ଅଙ୍କର ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ସିବିଆଇ । ଜିଏସ୍ଟି ରିଫଣ୍ଡ ପାଇଁ ୮୦ ହଜାର ଟଙ୍କା ମାଗୁଥିଲେ ଓମ୍ ପ୍ରକାଶ । ଏନେଇ ସିବିଆଇ ପାଖରେ ଖବର ପହଞ୍ଚିବା ପରେ ଓମ୍ ପ୍ରକାଶଙ୍କୁ ଧରିବାକୁ ବିଛାଯାଇଥିଲା ଜାଲ । ଓମ୍ ପ୍ରକାଶଙ୍କୁ ଧରିବାକୁ ୨୭ ଜଣିଆ ଟିମ୍ ଗଠନ ହୋଇଥିଲା । ଠିକ୍ ଲାଞ୍ଚ ନେଉଥିବା ବେଳେ ଓମ୍ ପ୍ରକାଶ ନାୟକଙ୍କୁ ଧରିଛି ସିବିଆଇ ଟିମ୍ ।
ସୂଚନା ଅନୁସାରେ, ଅଭିଯୋଗକାରୀଙ୍କ ୧୬ ଲକ୍ଷ ଟଙ୍କା ରିଫଣ୍ଡ ଦେବାକୁ ଥିବା ବେଳେ, ଏଥିପାଇଁ ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନଦେଲେ ରିଫଣ୍ଡ ଫାଇଲ୍ ଅଟକାଇ ଦେବାକୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଯୋଜନା ମୁତାବକ, ଅଭିଯୋଗକାରୀ ଜଣକ ଆଜି ୫୦ ହଜାର ଟଙ୍କା ନେଇ ସୁପରିଟେଣ୍ଡେଣ୍ଟଙ୍କ ପାଖକୁ ଯାଇଥିଲେ । ଠିକ୍ ସେତିକି ବେଳେ ପୂର୍ବରୁ ଜାଲ ବିଛାଇ ବସିଥିବା CBI ଟିମ୍ ଚଢ଼ାଉ କରି ଓମ୍ ପ୍ରକାଶଙ୍କୁ ଗିରଫ କରିଥିଲା । ସିବିଆଇ ବର୍ତ୍ତମାନ ଓମ୍ ପ୍ରକାଶଙ୍କ ଅଫିସ୍ ସମେତ ତାଙ୍କ ବାସଭବନରେ ମଧ୍ୟ ଖୋଳତାଡ଼ ଜାରି ରଖିଛି ।












Leave a Reply