ଆସନ୍ତା ଜୁନ୍ ୧ରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଅଭିଯୋଗ ପ୍ରକୋଷ୍ଠ

ଅକ୍ଷର ବ୍ୟୁରୋ: ପୁଣି ଥରେ ଖୋଲିବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଅଭିଯୋଗ ପ୍ରକୋଷ୍ଠ । ଅତ୍ୟଧିକ ଖରା ଯୋଗୁ ବନ୍ଦ ରହିଥିବା ଜନଶୁଣାଣି ପ୍ରକ୍ରିୟା ଆସନ୍ତା ଜୁନ୍ ୧ରେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠଠାରେ ଅନୁଷ୍ଠିତ ହେବ । ସମସ୍ତ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ଏପ୍ରିଲ ୨୭ ତାରିଖରେ ଯେଉଁମାନେ ଅନଲାଇନ୍ ଯୋଗେ ନାମ ଓ ଅଭିଯୋଗ ବାବଦରେ ପଞ୍ଜିକରଣ କରିଥିଲେ, ସେହିମାନେ ହିଁ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଅଭିଯୋଗ ଦାଖଲ କରିବେ । ସେମାନେ ଆଉ ପୁନଃ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ । ଅଭିଯୋଗ ପ୍ରକୋଷ୍ଠକୁ ଆସିବା ବେଳେ ସାଙ୍ଗରେ ପରିଚୟ ପତ୍ର ଓ ଅଭିଯୋଗ ପତ୍ର ଆଣିବାକୁ ବିଭାଗ ପରାମର୍ଶ ଦେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)