ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆପଣଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତକୁ ନୂତନ ଦିଗଦର୍ଶନ ଦେଇଛି। ଓଡ଼ିଶା ସମେତ ସମଗ୍ର ଦେଶରେ ବିକାଶର ସଫଳତା ସମ୍ଭବ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି। ଆପଣ ଜାତୀୟ ସେବାର ମହାନ କାର୍ଯ୍ୟକୁ ଆହୁରି ଆଗକୁ ନିଅନ୍ତୁ ବୋଲି ମୋହନ ମାଝୀ ନିଜ ସୋସିଆଲ ଲେଖିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଭାଜପା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରୁ ସାରା ଦେଶରେ ସ୍ବାସ୍ଥ୍ୟ ଓ ପୋଷଣ ଅଭିଯାନ ପକ୍ଷ ଆରମ୍ଭ କରିବେ। ସେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଏବଂ ଅଷ୍ଟମ ଜାତୀୟ ପୋଷଣ ମାସର ମଧ୍ୟ ଶୁଭାରମ୍ଭ କରିବେ।
ପ୍ରଧାନମନ୍ତ୍ରୀ ଅନ୍ୟ କେତେକ ବିକାଶମୂଳକ ପଦକ୍ଷେପ ଉନ୍ମୋଚନ କରିବା ସହ ଏକ ଜନସଭାକୁ ମଧ୍ୟ ଉଦ୍ବୋଧନ ଦେବେ ବୋଲି ସରକାରୀ ବିବୃତିରେ କୁହାଯାଇଛି। ଗତ ଦଶନ୍ଧିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତିବିଦ୍ୟା ଆଧାରିତ ଶାସନ, ଆର୍ଥିକ ନୀତି, ସମାଜ କଲ୍ୟାଣ, ବିଜ୍ଞାନ ଏବଂ ଭିତ୍ତିଭୂମି ବିକାଶ, ଆଇନଗତ ସଂସ୍କାର ଏବଂ ବୈଦେଶିକ ନୀତିରେ ନୂତନ ପରୀକ୍ଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଶାସନର ପଥ, ବିଶ୍ୱ ସହିତ ସମ୍ପର୍କ ଏବଂ ନାଗରିକମାନଙ୍କୁ ସଶକ୍ତ କରିବାର ଉପାୟଗୁଡ଼ିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି।












Leave a Reply