ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବଡ ବୟାନ ।

ଦଶହରା ପୂର୍ବରୁ ହେବ ଛାତ୍ର ସଂସଦ ନିର୍ବାଚନ। ଏ ନେଇ ବଡ ବୟାନ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଦୀର୍ଘ ୭ ବର୍ଷ ହେବ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଗତ ବର୍ଷ ସରକାର ବଦଳିବା ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶାର ଦୀପ ଜଳିଥିଲା । ଆଉ ଛାତ୍ରଛାତ୍ରୀଙ୍କ ଏହି ଆଶାରେ ଘିଅ ଢାଳିଥିଲା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ । ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି, ସରକାର ଚିନ୍ତା କରୁଛନ୍ତି କଲେଜ ଇଲେକ୍ସନ୍ କରିବା ପାଇଁ। କଲେଜ ଇଲେକ୍ସନ୍ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ । କଲେଜ ଇଲେକ୍ସନରେ ଯେପରି ପାଠ୍ୟକ୍ରମ ପ୍ରଭାବିତ ହେବ ନାହିଁ, ସେ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ । ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ କହିସାରିଛନ୍ତି ।

ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଗତ ଜୁନରେ ମୁଖ୍ୟମନ୍ତ୍ରୀ କହିଥିଲେ କି, ଛାତ୍ର ସଂସଦ ନିର୍ବାଚନ ନେଇ ବିଚାର ବିମର୍ଶ ଚାଲିଛି । ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ର ସମାଜର ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ । ଛାତ୍ର ସଂଗଠନର ଦାବି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ମନ୍ତ୍ରୀ । କଲେଜ ଇଲେକ୍ସନ୍ ପାଇଁ ଆମର ବି ଆଗ୍ରହ ଅଛି । ହେଲେ ଯଥେଷ୍ଟ ସମୟ ନଥିବାରୁ ଏ ବର୍ଷ ନୁହେଁ ଆସନ୍ତାବର୍ଷ ନିର୍ବାଚନ ହେବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)