ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସର ଉଇ କେୟାର ସାଥୀ ଆପ୍ ଲଞ୍ଚ୍ ।

ଅକ୍ଷର ବ୍ୟୁରୋ: ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସର ଉଇ କେୟାର ସାଥୀ ଆପ୍ ଲଞ୍ଚ୍ । ଆପ୍‌ କୁ ଉଦଘାଟନ କଲେ ପୋଲିସ କମିଶନର । ମହିଳାଙ୍କ ସୁରକ୍ଷା ପାଇଁ ଏହି ଆପ୍ ଲଞ୍ଚ୍ କରାଯାଇଛି । ବିପଦ ସମୟରେ ଏଥିରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍‌କୁ ଦବାଇଲେ ତୁରନ୍ତ ସହାୟତା ମିଳିବ । ଆପ୍‌ରେ ମେସେଜ୍ କଲେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଯିବ । ​​​​​​​ଆପ୍‌ର ବିଶେଷ୍ୱତ ଏହା ଯେ, ଏହାର SOS ବଟନ୍‌କୁ ଥରେ ଟ୍ୟାପ୍ କଲେ, ଫୋନ୍ କ୍ୟାମେରା ସ୍ୱୟଂଚାଳିତ ଭାବେ ୩ଟି ଫଟୋ ଉଠାଇଥାଏ । ଉପଭୋକ୍ତାଙ୍କର GPS ଲୋକେସନ୍ ଏବଂ ଫଟୋଗୁଡ଼ିକ ସିଧାସଳଖ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଚାଲିଯାଏ । ଫଟୋ ଉଠିବା ପରେ, ଆପ୍ ସ୍ୱୟଂଚାଳିତ ଭାବେ ଫୋନ୍‌ର ଡାଏଲପ୍ୟାଡ୍‌କୁ ୧୧୨ (112) ନମ୍ବରକୁ ନେଇଯାଏ, ଯାହାଫଳରେ ଆପଣ ପୋଲିସ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ସେବା ସହ କଥା ହୋଇପାରିବେ । କଲ୍ ସରିବା ପରେ, ଏହା ଏକ କ୍ଷୁଦ୍ର ଭିଡିଓ ରେକର୍ଡ କରି ପଠାଇବାର ବିକଳ୍ପ ଦେଇଥାଏ । ଏହି ସୁବିଧା ଗୁଗଲ ପ୍ଲେ ଷ୍ଟୋର ମାଧ୍ୟମରେ We Care-Saathi ଆପ୍‌କୁ ନିଜ ଆଣ୍ଡ୍ରଏଡ୍ ଫୋନ୍‌ରେ ଡାଉନଲୋଡ୍ କରିପାରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)