ନର୍ସଙ୍କ ଚିକିତ୍ସା ଅବହେଳା ଓ ଦୁର୍ବ୍ୟବହାରକୁ ନେଇ ଅଭିଯୋଗ ଆଣିଲେ ଲୋକେ ।

ବାରିପଦା ପି.ଆର୍.ଏମ୍ ମେଡିକାଲ୍ କଲେଜ୍ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ନେଇ ଉତ୍ତେଜନା। ଶିଶୁ ବିଭାଗ ଡ୍ୟୁଟିରେ ଥିବା ନର୍ସମାନେ କୁନି କୁନି ପିଲାଙ୍କର ଠିକ୍ ଭାବେ ଚିକିତ୍ସା ନ କରିବା ଓ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଏକାଧିକ ଲୋକେ। ଯାହାକୁ ନେଇ ହସ୍ପିଟାଲ ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗିରହିଥିଲା। ସୂଚନା ଅନୁଯାୟୀ, ବାରିପଦା ସହର ଭୁଗୁଡ଼ାକଟା ଅଞ୍ଚଳର କ୍ରୀଷ୍ଣା ଘଡ଼େଇଙ୍କ ଶିଶୁପୁତ୍ର ୩ ରୁ ୪ଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ୪ ଦିନ ବିତିଯାଇଥିଲେ ମଧ୍ୟ ଠିକ୍ ଭାବେ କୌଣସି ଚିକିତ୍ସା କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି।

ଏ ନେଇ ପରିବାର ଲୋକେ ଡାକ୍ତର ଏବଂ ନର୍ସଙ୍କୁ ପଚାରିବାରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କେବଳ ସେତିକି ନୁହେଁ, ମୋବାଇଲ ରିଲ୍ସରେ ମଜ୍ଜିଯାଇ ଠିକ୍ ସମୟରେ ଔଷଧ ଓ ଇଞ୍ଜେକସନ୍ ନ ଦେବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଆଉ ସବୁଠାରୁ ବଡ଼କଥା ହେଲା କେବଳ ଜଣେ ରୋଗୀଙ୍କଠାରୁ ଏ ଅଭିଯୋଗ ଆସିନାହିଁ । ସେଠାରେ ଥିବା ବହୁ ରୋଗୀଙ୍କ ପରିବାର ଏଭଳି ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ବାରିପଦା ପି.ଆର୍.ଏମ୍ ମେଡିକାଲରେ ଉତ୍ତେଜନା ଦେଖାଦେବା ସହ ଡାକ୍ତର ଓ ନର୍ସଙ୍କୁ ନିଲମ୍ବିତ କରିବାକୁ ଦାବି ରଖିଛନ୍ତି ପରିବାର ଲୋକେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)