ଦୁର୍ନୀତିଖୋରଙ୍କୁ ମିଳିବ ନାହିଁ ପେନ୍‌ସନ୍‌; ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

ଅକ୍ଷର ବ୍ୟୁରୋ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଦୁର୍ନୀତିଖୋରଙ୍କୁ ମିଳିବ ନାହିଁ ପେନ୍‌ସନ୍‌ । ଦୁର୍ନୀତି ମାମଲାରେ ଭିଜିଲାନ୍ସ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବନି ପେନ୍‌ସନ୍‌ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରୋଭିଜନାଲ୍‌ ପେନ୍‌ସନ୍‌ ବନ୍ଦ କରିବା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡାଦେଶ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲା ବିଚାରଧୀନ ଥିବା ବେଳେ ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରୋଭିଜନାଲ ପେନସନ ମିଳିବ ନାହିଁ । ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡ ବିରୋଧରେ ଉପର ଅଦାଲତରେ କେବଳ ମାମଲା ଦାୟର କରିଦେଲେ ପୁନର୍ବାର ପ୍ରୋଭିଜନାଲ୍ ପେନ୍‌ସନ୍‌ ପାଇଁ ସମ୍ପୃକ୍ତ ବ୍ୟକ୍ତି ହକଦାର ହେବେ ନାହିଁ । ଯଦି ଉପର ଅଦାଲତରେ ଭିଜିଲାନ୍ସ ଅଦାଲତ ରାୟ ଉପରେ ରହିତାଦେଶ ଜାରି କରାଯାଏ ବା ରଦ୍ଦ ହୁଏ ତେବେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବନ୍ଦ କରାଯାଇଥିବା ପ୍ରୋଭିଜନାଲ ପେନ୍‌ସନ୍‌ ପୁନର୍ବାର ପ୍ରଦାନ କରାଯାଇପାରିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)