ପାକିସ୍ତାନ ଗୁରୁବାର ରାତିରେ ଜମ୍ମୁ ଏୟାରପୋର୍ଟ ଉପରେ ରକେଟ୍ ନିକ୍ଷେପ କରି ଭାରତ ଉପରେ ଆକ୍ରମଣ କରିଥିଲା। କିନ୍ତୁ ଭାରତ ଏହି ଆକ୍ରମଣକୁ ବିଫଳ କରିଦେଇଛି। ପାକିସ୍ତାନର ଆକ୍ରମଣ ଜବାବରେ ପ୍ରଚଣ୍ଡ ଆକ୍ରମଣ କରିଛି ଭାରତ। ଭାରତର S-400 ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ୮ଟି ପାକିସ୍ତାନୀ ମିସାଇଲକୁ ଗୁଳି କରି ଧ୍ୱଂସ କରାଯାଇଛି। କେବଳ ଏତିକି ନୁହେଁ, ଭାରତ ପାକିସ୍ତାନର ଦୁଇଟି JF-17 ଏବଂ ଗୋଟିଏ F-16 ଯୁଦ୍ଧବିମାନକୁ ମଧ୍ୟ ଖସାଇ ଦେଇଛି। ଯଦିଓ ପାକିସ୍ତାନ ସାମ୍ବାରେ ଭାରୀ ଗୋଳାବାରୀ କରିଛି। ପାକିସ୍ତାନୀ ଆକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁର ଆରଏସ ପୁରା ଅଞ୍ଚଳରେ ବ୍ଲାକଆଉଟ ଲାଗୁ କରାଯାଇଛି। ଏବଂ ଏଠାରେ ଲଗାତାର ସାଇରନ ବାଜୁଛି।
ପାକିସ୍ତାନର ସିଆଲକୋଟ୍, ଲାହୋର ଓ ରାଜଧାନୀ ଇସ୍ଲାମାବାଦ ଉପରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପ୍ରଚଣ୍ଡ ବୋମାବର୍ଷଣ କରାଯାଉଛି। ଏହି ଆକ୍ରମଣରେ ଡ୍ରୋନର ବ୍ୟବହାର ମଧ୍ୟ କରାଯାଉଛି। ଭାରତ ପୂର୍ବରୁ ହିଁ ଲାହୋରର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିସାରିଛି। ଏହାଛଡ଼ା କିଛି ସମୟ ପୂର୍ବରୁ ଭାରତ ଲାହୋରର ଆଉ ଏକ ଆଓ୍ବାକସ୍ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଛି। କେତେକ ରିପୋର୍ଟ ଅନୁସାରେ ଭାରତୀୟ ନୌସେନା ବି ସକ୍ରିୟ ହୋଇଯାଇଛି। ଏହା ପରେ ବନ୍ଦର ନଗରୀ କରାଚୀ ଓ ବାହାବଲପୁରରେ ସାଇରନ ବାଜି ଉଠିଛି।












Leave a Reply