ଅକ୍ଷର ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୧୮ରୁ ୨୧ ଯାଏଁ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ନେଇ ଘୋଷଣା । ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି । ପରେ ସ୍ଥିତି ଦେଖି ଖରାଛୁଟି ଘୋଷଣା କରାଯିବ ବୋଲି କହିଛନ୍ତି । ବଲାଙ୍ଗୀରରେ ତାତି ବଢୁଛି । ସକାଳୁ ପ୍ରବଳ ଖରା ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଗୁଳୁଗୁଳି କଲବଲ କରୁଛି । ଜରୁରୀ କାମ ନହେଲେ କେହି ଘରୁ ବାହାରୁ ନାହାନ୍ତି । ଦିନ ୧୨ଟା ହେଲେ ରାସ୍ତାଘାଟ ଶୂନଶାନ ରହୁଛି । ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସେପଟେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଦିନ ହେଉକି ରାତି ମନଇଚ୍ଛା କଟୁଛି ବିଦ୍ୟୁତ । ଯାହାକୁ ନେଇ ଲୋକେ ଘରେ କି ବାହାରେ ରହିବା ମୁସ୍କିଲ ହୋଇପଡୁଛି ।
ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ନିଷ୍ପତ୍ତି ।












Leave a Reply