ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ।

ଅକ୍ଷର ବ୍ୟୁରୋ: ଆଜି ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ମନ୍ତ୍ରୀ ଉପସ୍ଥିତିରେ ରାସ୍ତା, ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗ୍ରାମୀଣ ଭିତ୍ତିଭୂମି ସହ ଜଡ଼ିତ ତଥା ଚାଲୁ ରହିଥିବା ସମସ୍ତ ପ୍ରକଳ୍ପର ବିସ୍ତୃତ ଆଲୋଚନା କରାଯାଇଛି । ଏବଂ ଅଧିକାରୀମାନଙ୍କୁ ତ୍ୱରାନ୍ୱିତ କାମ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ, ମୋର ଲକ୍ଷ୍ୟ ସ୍ପଷ୍ଟ, ସମୟସୀମା ମଧ୍ୟରେ ଗୁଣାତ୍ମକ ବିକାଶ ଓ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ସୁବିଧା ପହଞ୍ଚାଇବା । ଜନତାଙ୍କ ଆଶା ମୋର ଶକ୍ତି, ଜନସେବା ମୋର ଧର୍ମ । ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ଉନ୍ନତି ପାଇଁ ମୁଁ ପ୍ରତିଶୃତିବଦ୍ଧ ବୋଲି ବୈଠକରେ ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)