ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ କ୍ରମେ EV ଜାନ ବିକ୍ରି ବୃଦ୍ଧି ହୋଇ ପାରିବ ନାଁ ନାହିଁ ଉଠିଛି ପ୍ରଶ୍ନ ?

ଅକ୍ଷର ବ୍ୟୁରୋ: ରାଜ୍ୟରେ ଇ-ଯାନ ବିକ୍ରି ଏବେ ଉପର ମୁହାଁ ହୋଇଛି । ଟ୍ୱିନ ସିଟି ସମେତ ବିଭିନ୍ନ ପ୍ରାନ୍ତରେ ତେଲ ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ ଏଥିରୁ ବର୍ତ୍ତିବା ପାଇଁ ଲୋକମାନେ EV ଗାଡ଼ି କିଣିବା ପାଇଁ ଯାଉଛନ୍ତି । ଗତ ୨ ଦିନ ହେବ EV ସୋରୁମ ଗୁଡିକରେ ଲୋକମାନେ ଅସମ୍ଭାଳ ଭିଡ ଲଗାଉଛନ୍ତି । ଇଭି ବୁକିଂ ୨ରୁ ୧୦ ଗୁଣ ଯାଏ ବଢ଼ିଥିବା ଡିଲରଶିପ ଗୁଡିକ ପକ୍ଷରୁ ସୂଚନା ମିଳିଛି । ତେଲ ସଙ୍କଟ ଯୋଗୁ ଲୋକେ ଏବେ EV ଗାଡ଼ି କିଣା ପ୍ରତି ଆକୃଷ୍ଟ ହେଉଛନ୍ତି । ଗତ ୨ ଦିନରେ ସୋରୁମରେ ଭିଡ଼ ଦେଖାଯାଉଛି । କିନ୍ତୁ ବଡ଼ କଥା ହେଉଛି ଅଧିକାଂଶ EV ଗାଡ଼ି ସୋ’ରୁମ ଗୁଡିକରେ ଷ୍ଟକ୍‌ ନାହିଁ । ଯାହା ଫଳରେ ବର୍ତ୍ତମାନ ଯେଉଁମାନେ ଗାଡ଼ି ବୁକିଂ କରୁଛନ୍ତି ଗୋଟିଏ ମାସ ପରେ ଗାଡ଼ି ପାଇବେ । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଲୋକମାନେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ କ୍ରମେ EV ଜାନ ବିକ୍ରି ବୃଦ୍ଧି ହୋଇ ପାରିବ ନାଁ ନାହିଁ? ପ୍ରଶ୍ନ ଉଠିଛି !

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)