ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନସିଂ(ଭିସି) ଜରିଆରେ ଗୃହମନ୍ତ୍ରୀ ଅମିତ ଶାହ ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ କରିଥିିଲେ। ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ତାନ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ସିକିମ, ପଶ୍ଚିମବଙ୍ଗ ଏବଂ ଲଦାଖର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳମାନଙ୍କ ସହିତ ଗୃହମନ୍ତ୍ରୀ ଶ୍ରୀ ଶାହ ଏହି ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦେଶକ ମଧ୍ୟ ସାମିଲ ହୋଇଥିଲେ।
ଏୟାରଷ୍ଟ୍ରାଇକ ପରେ LoCରେ ଗତକାଲିଠୁ ଚାଲିଛି ଗୁଳିବର୍ଷଣ। ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଜମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ସହିତ ଏକ ଜରୁରୀକାଳିନ ବୈଠକ କରିଛନ୍ତି। ଜମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଗୃହମନ୍ତ୍ରୀ ଶାହଙ୍କ ସହିତ ବୈଠକରେ ଉକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ମଧ୍ୟ ଉପସ୍ଥିତ ଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ରାଜ୍ୟପାଳ (ଏଲଜି) ମନୋଜ ସିହ୍ନା ଏବଂ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ମହାନିର୍ଦ୍ଦେଶକଙ୍କ ସହିତ ମଧ୍ୟ ନିରନ୍ତର ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି। ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଶ୍ରୀ ଶାହ ଡିଜି ବିଏସଏଫଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ, ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ଆଜି ସକାଳେ ଜମ୍ମୁ ଓ କାଶ୍ମୀରର ସୀମାନ୍ତ ଜିଲ୍ଲାଗୁଡ଼ିକର ପରିସ୍ଥିତି ସମୀକ୍ଷା କରିଛନ୍ତି। ସୀମାନ୍ତ ରାଜ୍ୟଗୁଡ଼ିକ ଜରୁରୀ ସାମଗ୍ରୀ ମହଜୁଦ୍ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ ଜିଲ୍ଲାପାଳମାନଙ୍କୁ ଦୁର୍ଗମ ଅଞ୍ଚଳରୁ ଗ୍ରାମବାସୀମାନଙ୍କୁ ସ୍ଥାନାନ୍ତର କରିବାକୁ ଏବଂ ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବାକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଗମ ଅଞ୍ଚଳରୁ ଗ୍ରାମବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ଖାଇବା, ରହିବା, ଖାଦ୍ୟ, ଔଷଧ ଏବଂ ପରିବହନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।















Leave a Reply