ଝାରସୁଗୁଡ଼ା ଭୁଜାଲି ମାଡ଼ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ଅକ୍ଷର ବ୍ୟୁରୋ: ଝାରସୁଗୁଡ଼ା ବେଲପାହାଡ଼ ଫାଟକ ନିକଟରେ ଘଟିଥିବା ଘଟଣାରେ ଏନକାଉଣ୍ଟର । ଭୁଜାଲି ମାଡ଼ କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବନଛୋର ଏବଂ ସୁନୀଲ ମହାନନ୍ଦକୁ ଏନକାଉଣ୍ଟର କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ଲଖନପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତମାନଙ୍କ ଭୁଜାଲି ମାଡ଼ରେ ରାହୁଲ ମହତଙ୍କ ମୃତ୍ୟୁ ହୋଇଥିବାବେଳେ ଆକାଶ ସାହୁ ଆହତ ହୋଇଥିଲେ । 

ସୂଚନାନୁଯାୟୀ, ୧୧ ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫାଟକ ପାଖରେ ୨ ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଥିରେ ବେଲପାହାଡ଼ ଜୁନାଡିହି କଲେଜ ପଡାର ରାହୁଲ ମହତଙ୍କ ମୃତ୍ୟୁ ହୋଇଥିବାବେଳେ ଆକାଶ ସାହୁ ଆହତ ହୋଇଥିଲେ । କିଛି ଦୁର୍ବୃତ୍ତ ଏକ କାରରେ ଆସି ରାହୁଲ ଓ ଆକାଶଙ୍କୁ ସଂଘବଦ୍ଧ ଭାବେ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ରାହୁଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆକାଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ା ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା । ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଥିଲା । ଆଜି ଭୋର୍ ସମୟରେ ଆଉ ୨ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)