ଶ୍ରୀମନ୍ଦିରରୁ ଜବତ ହେଲା ନକଲି ଘିଅ : ୩୦ ପ୍ୟାକେଟ୍‌ ରୁ ଅଧିକ ଜବତ

ଅକ୍ଷର ବ୍ୟୁରୋ: ଆଜି ଶ୍ରୀମନ୍ଦିର ରୋଷ ଘରକୁ ବେଆଇନ ଭାବେ ବନସ୍ପତି କମ୍ପାନୀର ନକଲି ଘିଅ ନେବା ବେଳେ ୩୦ ପ୍ୟାକେଟ୍ ଘିଅ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରସାଦ ପ୍ରସ୍ତୁତିରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ କଟକଣା ଥିବା ବେଳେ ନିୟମ ଉଲ୍ଲଂଘନ କରି ଅନ୍ୟ ବ୍ରାଣ୍ଡର ଘିଅ ନିଆଯାଉଥିବା ସୂଚନା ମିଳିଛି | ସୁରକ୍ଷା କର୍ମୀ ବନସ୍ପତି ଘିଅର ୩୦ଟି ପ୍ୟାକେଟ୍ ଧରିଥିଲେ | ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୁରନ୍ତ ଘିଅ ଜବତ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେବଳ ଓମଫେଡ୍ ଘିଅ ବ୍ୟବହାର କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଥିବା ବେଳେ ଅନ୍ୟ କୌଣସି ଘିଅ ଶ୍ରୀମନ୍ଦିର ଭିତରକୁ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। କେଉଁ ସୁଆର ସେବକ ଏହି ନକଲି ଘିଅ ନେଉଥିଲେ ଏବଂ ଏହା ପଛରେ କାହାର ହାତ ଅଛି ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି | ମହାପ୍ରସାଦର ଶୁଦ୍ଧତା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)