ବିଜେପି କୃଷକ ମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀକୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି।

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝୀ ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିଥିବାରୁ, ଧାନ ବିକ୍ରି କରିବାର ୪୮ ଘଣ୍ଟାରେ ଚାଷୀକୁ ଅର୍ଥ ପାଇବା ଓ ସମସ୍ତ ପଞ୍ଜିକରଣ କରିଥିବା ସମସ୍ତ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଇଥିବା ପରିପ୍ରେକ୍ଷୀରେ ଏବଂ କୃଷକମାନଙ୍କ ଆର୍ଥିକ ଅବସ୍ଥା ସଦୃଢ କରିବା ଓ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିଥିବାରୁ ଓଡିଶା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆସନ୍ତା ମେ ୧୫ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାର ସଫଳତା ପାଇଁ ଆଜି କରଞ୍ଜିଆ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀମଦନ ମୋହନ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀମହେଶ୍ଵର ସାହୁ, କୃପାସିନ୍ଧୁ ମହାନ୍ତ, ନବକୃଷ୍ଣ ପଣ୍ଡା, ବିମଲ ସେନାପତି, ଆଶିଷ କୁମାର ମହାନ୍ତ, ରଂଜନ କୁମାର ମହାନ୍ତ, ମହେଶ୍ଵର ସାହାଙ୍କ ଏବଂ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

ତେବେ ଏହାର ସମସ୍ତ ଶ୍ରେୟ ଆମ ରାଜ୍ୟ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ଶ୍ରୀକୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଯାଉଛି। ଯାହାଙ୍କ ପାଇଁ ଆଜି ଆମ ଓଡିଶାର କୃଷକମାନେ ତାଙ୍କ ଉପଯୁକ୍ତ ପାରିଶ୍ରାମିକ ମୂଲ୍ୟ ପାଇପାରିଛନ୍ତି। କ଼ୃଷକମାନଙ୍କ ଦୁଃଖର ସାଥି ହୋଇ ସେ ସବୁବେଳେ ଛିଡା ହୋଇଛନ୍ତି। ତାଙ୍କ ଦୁଃଖରେ ସେ ସବୁବେଳେ ଦୁଃଖି ହୋଇଛନ୍ତି। କୃଷକମାନଙ୍କ କଷ୍ଟ ସେ ବୁଝିପାରିଛନ୍ତି। ତେଣୁ କୃଷକଭାଈମାନେ କିପରି ତାଙ୍କ ଉପଯୁକ୍ତ ଫଳ ପାଇପାରିବେ ସେଥିପାଇଁ ସେ ଏ ଗୁହାରି ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ଏବଂ ରାଜ୍ୟ ସରକାର ଏହି ନିବେଦନକୁ ମଞ୍ଜୁର କରିଥିଲେ। ସେନେଇ କୃଷକମୋର୍ଚ୍ଚା ତରଫରୁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି। ତେବେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ଦୁଇଟି ଉପଖଣ୍ଡରୁ ଦୁଇ ହଜାରରୁ ଊର୍ଦ୍ଧ ଚାଷୀ ଯୋଗ ଦେବେ ବୋଲି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀମଦନ ମୋହନ ମହାନ୍ତ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)