ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଳକାଟୀରେ ଭୟଙ୍କର ଅଗ୍ନିକାଣ୍ଡ । ଭାର୍ଗବୀ ସେତୁ ତଳେ ଥିବା ଏକ କବାଡ଼ିଆ ଗୋଦାମରେ ଲାଗିଲା ନିଆଁ । ଦେଖୁ ଦେଖୁ ଗୋଦାମ ଭିତରେ ଥିବା ପ୍ଲାଷ୍ଟିକ ଓ କବାଡ଼ିଆ ସାମଗ୍ରୀ ହୁତୁହୁତୁ ହୋଇ ଜଳିଉଠିଲା । ଘନ କଳା ଧୂଆଁରେ ସମଗ୍ର ଅଞ୍ଚଳ ଆଛାଦିତ ହୋଇଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କବାଡିଆ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । କେଉଁ କାରଣରୁ ନିଆଁ ଲାଗିଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।
ଭୁବନେଶ୍ୱର ଉପକଣ୍ଠ ବାଳକାଟୀରେ ଅଗ୍ନିକାଣ୍ଡ; ଏକ କବାଡ଼ିଆ ଗୋଦାମରେ ନିଆଁ ଲାଗି ଜଳିଗଲା କବାଡ଼ିଆ ସାମଗ୍ରୀ ।












Leave a Reply