ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଗ୍ରାମ ସ୍ଥାନୀୟ ଖେଳପଡ଼ିଆ ଠାରେ ଆୟୋଜିତ “ଏକବିଂଶତମ ରାସୋଳ ମହୋତ୍ସବ ୨୦୨୬”ର ଉଦଘାଟନୀ ଉତ୍ସବରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାସୋଳ ମାଟିର କଳା, ସଂସ୍କୃତି, ସାହିତ୍ୟ, ଐତିହ୍ୟ, ସମୃଦ୍ଧି, ତ୍ୟାଗ, ବଳିଦାନ ଓ ସାଧନାର ଗାଥାକୁ ଉଜ୍ଜୀବିତ କରିବା ସହ କଳା ସଂସ୍କୃତିର ରଜ୍ଜୁରେ ସ୍ଥାନୀୟ ଜନସାଧାରଣଙ୍କୁ ଏକାଠି କରିବା ଲକ୍ଷ୍ୟରେ ରାସୋଳ ବିକାଶ ପରିଷଦ ତରଫରୁ ଏହି ଉଦଘାଟନୀ ଉତ୍ସବର ଆୟାେଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷା ତଥା ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ହିନ୍ଦୋଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ବରୁଣ କୁମାର ସର, ରାସୋଳ ସରପଞ୍ଚ ଶ୍ରୀ ଦିବାକର ନାୟକ, ରାସୋଳ ବିକାଶ ପରିଷଦର ସଭାପତି ଶ୍ରୀ ମହେଶ୍ୱର ନାୟକ ଓ ସମ୍ପାଦକ ଶ୍ରୀ ଭାସ୍କର ଚନ୍ଦ୍ର ନାୟକ ଯୋଗଦେଇ ମହୋତ୍ସବର ମୁଖପତ୍ର “ଶ୍ୱେତପଦ୍ମା”କୁ ଲୋକାର୍ପଣ କରିଥିଲେ । ଏହି ଅବସରରେ ସମ୍ବୋଧନ ଦେଇ ହିନ୍ଦୋଳ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ରଙ୍କେଇଙ୍କ ନିକଟରେ ରାସୋଳ ମହୋତ୍ସବର ସର୍ବାତ୍ମକ ସଫଳତା ସହ ଅନୁଷ୍ଠାନର ଆୟୋଜକଙ୍କ ଉତ୍ତୋତ୍ତର ଉନ୍ନତି ଏବଂ ସ୍ଥାନୀୟ ଲୋକଙ୍କ ସର୍ବବିଦ୍ଧ ମଙ୍ଗଳ କାମନା କରିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଢେଙ୍କାନାଳ ଜିଲ୍ଲା “ଏକବିଂଶତମ ରାସୋଳ ମହୋତ୍ସବ ୨୦୨୬”ର ଉଦଘାଟନୀ ଉତ୍ସବରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।












Leave a Reply