ଯୋଗାଣ ମନ୍ତ୍ରୀ କହିଲେ, କେହି ପାନିକ୍ ହୁଅନ୍ତୁ ନାହିଁ; ରାଜ୍ୟରେ ତେଲ ସରିଯିବା ନେଇ ଆଉ ସଂକଟ ନାହିଁ ।

ପେଟ୍ରୋଲିୟମ୍‌ ଡିଲର ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଲୋକସେବା ଭବନରେ ତେଲ ଯୋଗାଣ ନେଇ ଆଲୋଚନା । ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି ବୈଠକ । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ତେଲ ସଙ୍କଟ ସୃଷ୍ଟି ହୋଇଛି । କିନ୍ତୁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଂକଟ ନାହିଁ । ତେଲ ଟ୍ୟାଙ୍କର ଆସିଯାଇଛି, ଭୁବନେଶ୍ବରକୁ ୧୫୦ ଟ୍ୟାଙ୍କର ଆସିଛି । ସେହିପରି କଟକକୁ ୭୬ ତେଲ ଟ୍ୟାଙ୍କର ଆସିଛି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତେଲ ରହିଛି, ତେଲର ଯିଏ କଳାବଜାରୀ କରୁଛି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧିକାରୀଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ମନ୍ତ୍ରୀ କହିଛନ୍ତି, ଡ୍ରାଇଭରଙ୍କ ଦାବିକୁ ସରକାର ଗ୍ରହଣ କରିବେ । ବିଚାର ଆଲୋଚନା ଜାରି ରହିଛି । ଖୁବଶୀଘ୍ର ସମାଧାନ ହୋଇଯିବ ।

ତେବେ ଗାଡ଼ି ବନ୍ଦ ଯୋଗୁ ରାଜ୍ୟରେ ପେଟ୍ରୋଲ୍-ଡିଜେଲ୍ ଅଭାବ କରାଇ ଦେବୁନାହିଁ । କେହି ପାନିକ୍ ହୁଅନ୍ତୁ ନାହିଁ, ଟାଙ୍କିରେ ତେଲ ମହଜୁଦ ଅଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ସେହିପରି ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ । କେହି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

ପେଟ୍ରୋଲ ଆସୋସିଏସନ ସହିତ ମଧ୍ୟ ଆଜି ମନ୍ତ୍ରୀଙ୍କ ଆଲୋଚନା ହୋଇଛି । ରାଜ୍ୟର ପେଟ୍ରୋଲ୍ ପମ୍ପରେ ତେଲ ସରିଯିବା ନେଇ ଆଉ ଆଶଙ୍କା ନାହିଁ । ଏଣୁ ପେଟ୍ରୋଲ୍ ପମ୍ପରେ ଅଯଥା ଭିଡ଼ ନ କରିବା ପାଇଁ ଅନୁରୋଧ କରିଛନ୍ତି ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଂଜୟ ଲାଠ । ଅନ୍ୟପଟେ ଝାରସୁଗୁଡ଼ାରେ ଥିବା ତେଲ ଡିପୋରୁ ବାହାରିଛି ତେଲ ଗାଡ଼ି । ଦୁଇ ଦିନ ହେଲା ଅଟକି ରହିଥିବା ଗାଡ଼ିରୁ ଆଜି ସକାଳୁ କିଛି ଗାଡ଼ି ବାହାରିଛି । ଝାରସୁଗୁଡ଼ା ଜିଲ୍ଲାରୁ ପ୍ରତ୍ୟେକ ଦିନ ପାଖାପାଖି ୧୭୦ ରୁ ୧୮୦ ଗାଡ଼ି ଲୋଡ଼ିଂ ହୋଇଥାଏ । ଯାହା ଆନ୍ଦୋଳନ ପାଇଁ ଫସିକି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)