ମୋହନ ସରକାର ଅପରାଧକୁ ବରଦାସ୍ତ କରିବେ ନାହିଁ ; FM କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା

ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଂଗ୍ରେସ ଓ ବିଜେଡି ଅଯଥା ରାଜନୀତି କରୁଛନ୍ତି। ବିଜେଡି ୨୪ ବର୍ଷ ସରକାରରେ ଥିଲା। ସେତେବେଳେ ସେମାନେ ତୁରନ୍ତ ଆକ୍ସନ ନେଉ ନଥିଲେ। ବେବିନା, କୁନ୍ଦୁଲି ଘଟଣା ହେଉ ଆକ୍ସନ ନେଇ ନଥିଲେ, ଦୋଷୀ ଖୁଲମ ଖୁଲା ବୁଲୁଥିଲେ। ପୂର୍ବ ସରକାର ଲୋକଙ୍କୁ ନ୍ୟାୟ ଦେଲେ ନାହିଁ। ବିଜେପି ସରକାର ତୁରନ୍ତ ଆକ୍ସନ ନେଉଛନ୍ତି। ଏହି ଘଟଣାରେ ୧୨ ଘଣ୍ଟା ଭିତରେ ଆକ୍ସନ ନିଆଯାଇଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କାହାକୁ ଛଡା ଯିବ ନାହିଁ। ଅପରାଧ ଏବଂ ଅପରାଧୀଙ୍କୁ ସରକାର ଦୃଢ଼ ହସ୍ତରେ ଦମନ କରୁଛନ୍ତି। ଅଯଥାରେ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ। ଅତୀତ ସରକାର ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିନଥିଲା।

ବିଜେଡି ୨୪ ବର୍ଷ ସରକାରରେ କେତେ ଜଣ ଇସ୍ତଫା ଦେଇଛନ୍ତି ? ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା ଇସ୍ତଫା ଦେଇଥିଲେ କି ? ତେଣୁ ସେମାନେ ଫାଲତୁ କଥା କହି କିଛି ଲାଭ ନାହିଁ। କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇଲେ କି ? ବିଜେପି ସରକାର ତ୍ୱରିତ୍ଵ ନ୍ୟାୟ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଅତୀତରେ କୌଣସି ସରକାର ନେଇନାହାନ୍ତି। ଯିଏ ଦୋଷୀ ଦଣ୍ଡ ପାଇବେ। ଅନ୍ୟକୁ ବୁଦ୍ଧି ଶିଖାଉଛନ୍ତି, ନିଜ ବେଳକୁ ବୁଦ୍ଧି ଆସୁନଥିଲା।ରାଜରାସ୍ତାକୁ ଆସିବାକୁ ମନା ନାହିଁ। ମୋହନ ଚରଣ ମାଝୀ ସରକାର ଅପରାଧକୁ ବରଦାସ୍ତ କରିବେ ନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)