ଆଜି ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାସୁଦେବପୁର ଟାଉନ୍ ହଲ୍ ପରିସରରେ ମାନ୍ୟବର ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ କୁମାର ଦାସ, ମାନ୍ୟବର ଭଦ୍ରକ ସାଂସଦଙ୍କ ପ୍ରତିନିଧି ଶ୍ରୀ ଭଗବାନ ପଣ୍ଡା, ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଆୟୋଜିତ ନୂତନ ରାସନ କାର୍ଡ ବଣ୍ଟନ ମେଳା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଛନ୍ତି। ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ଭଦ୍ରକ ଜିଲ୍ଲା ବାସୁଦେପୁର ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା, ଭାରତୀୟ ଜନତା ପାର୍ଟିର ନେତୃ ମଣ୍ଡଳୀ ଏବଂ ଦଳର ପ୍ରତ୍ୟୋକ କାର୍ଯ୍ୟକର୍ତ୍ତାଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।












Leave a Reply