ଘିବଲି ଇମେଜ୍ ରେ ଲାଗିଲା କଟକଣା; ଓପନ ଏଆଇ ନେଲା ନୂଆ ନିଷ୍ପତ୍ତି!

ଜୁଆଡେ ଦେଖ ଘିବଲି ଇମେଜ୍। ଫେସବୁକରେ ନିଜ ଇମେଜକୁ ଘିବଲି ଇମେଜରେ କନଭର୍ଟ କରି ପୋଷ୍ଟ କରିବାରେ ଲାଗିଛନ୍ତି ୟୁଜର୍ସ। ସୋସିଆଲ ମିଡିଆ ୟୁଜର୍ସ ଘିବଲି ଷ୍ଟାଇଲ୍ ଇମେଜକୁ ଦେଖି ବେଶ୍ ଖୁସି ହୋଇଯାଉଛନ୍ତି। ହେଲେ ଏବେ ଓପନ ଏଆଇ ଘିବଲି ଷ୍ଟାଇଲ୍ ଫଟୋ ପାଇଁ ବଦଳାଇଦେଇଛି ନିୟମ। ଏଣିକି ରିଅଲ ଓ୍ୱାଲ ଇମେଜ୍କୁ ବ୍ୟବହାର କରିହେବନି। ଘିବଲି ଷ୍ଟାଇଲ୍ ଇମେଜର ଚାହିଦା ବଢ଼ୁଥିବା ଦେଖି ଓପନ ଏଆଇ ଏଭଳି ବଡ଼ ପଦକ୍ଷେପ ଉଠାଇଛି। ଚାଟ୍ ଜିପିଟି ନିଜର ଷ୍ଟୁଡ଼ିଓ ଘିବଲି ଷ୍ଟାଇଲ୍ ଇମେଜରେ ନିଜର ନୀତି ବଦଳାଇଦେଇଛି। ଏବେ ୟୁଜର୍ସ ଘିବଲି ଷ୍ଟାଇଲ୍ ଫଟୋ ତିଆରି ପାଇଁ ରିଅଲ ଓ୍ୱାର୍ଲଡ ଫଟୋକୁ ଉପଯୋଗ କରିପାରିବେନି। ଏହାର ଅର୍ଥ- ଏବେ ୟୁଜର୍ସ ଓପନଏଆଇର ଚାଟ୍ ଜିପିଟି ଜରିଆରେ କୌଣସି ଅସଲ ବ୍ୟକ୍ତିର ଫଟୋକୁ ଦେଖି ଘିବଲ୍ ଷ୍ଟାଇଲ୍ ଫଟୋ କରିପାରିବେନି। ଫଟୋ ତିଆରି କରିବାକୁ ହେଲେ ଦେବାକୁ ପଡ଼ିବ କ୍ରିଏଟିଭ୍ ତଥ୍ୟ। ସରଳ ଭାଷାରେ ଯେଉଁ ବ୍ୟକ୍ତିର ଘିବଲି ଷ୍ଟାଇଲ୍ ଇମେଜରେ କରିବାକୁ ଚାହୁଁଛନ୍ତି, ତାଙ୍କର ହେୟାରଷ୍ଟାଇଲ୍, କପଡ଼ା, ପୃଷ୍ଠଭୂମି, ମୁଡ଼୍ ବା ବିଶେଷ ତଥ୍ୟ ଦେବାକୁ ପଡ଼ିବ। ଏହି ଆଧାରରେ ହିଁ ଘିବଲି ଷ୍ଟାଇଲ୍ର ଫଟୋ ହୋଇପାରିବ। ଅର୍ଥାତ୍ ଯିଏ ଚେଷ୍ଟା କରିବ, ଚାଟ୍ ଜିପିଟି ଇମେଜ ଜେନେରେଟ ପାଇଁ ଏକ ନୂଆ ବାର୍ତ୍ତା ଦେଖାଇବ। ଯେଉଁଠି କୁହାଯାଉଛି କୌଣସି ଅସଲ ବ୍ୟକ୍ତିର ଫଟୋକୁ ଘିବଲି ଷ୍ଟାଇଲ କରିପାରିବେନି। ଅସଲ ଲୋକଙ୍କର ସମାନତା ବଜାୟ ରଖିବାକୁ ଏହି ନୀତି ଗ୍ରହଣ କରାଯାଇଛି। ଓପନଏଆଇର ମୁଖପାତ୍ର କହିଛନ୍ତି, କମ୍ପାନୀ ଏବେ ଏହି ମାମଲାରେ ବେଶ୍ ସତର୍କତା ଆପଣାଉଛି। ଏଆଇ ଟୁଲ୍ସ ଜରିଆରେ କପିରାଇଟ୍ସ ଉଲ୍ଲଂଘନରୁ ବର୍ତ୍ତିବା ପାଇଁ ଓପନଏଆଇ ଏହି ପଦକ୍ଷେପ ନେଇଛି ବୋଲି ଧରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)