ଲକ୍ଷେ ଛୁଇଁବ ସୁନାଦର । ପବନ ଭଳି ମାଡି ଚାଲିଛି ସୁନାଦର । ୨୨ କ୍ୟାରେଟ ହେଉ କି ୨୪, ଉଭୟ ଦରରେ ବିପୁଳ ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ପାଖାପାଖି ୮୫ହଜାର ଟଙ୍କା ରହିଥିବା ବେଳେ ସେହିପରି ୨୪ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ପାଖାପାଖି ୯୨ହଜାର ଟଙ୍କା ରହିଛି ।
ସୂଚନା ଅନୁଯାୟୀ, ସୋମବାର ଦିନ ୨୨ କ୍ୟାରେଟ୍ ସୁନାର ତିଆରି ମୂଲ୍ୟ ଗ୍ରାମ ପିଛା ୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନାର ତିଆରି ମୂଲ୍ୟ ୭୦୦ରୁ ଅଧିକ ଟଙ୍କା ବଢ଼ିଛି । ଭୁବନେଶ୍ୱରରେ ସପ୍ତାହକ ମଧ୍ୟରେ ୨୨ କ୍ୟାରେଟ୍ ସୁନାର ଦାମ୍ ୩ହଜାରରୁ ଅଧିକ ବୃଦ୍ଧି ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୨୫୧୦ ଟଙ୍କାକୁ ବୃଦ୍ଧି ହୋଇଛି । କେବଳ ସୁନା ନୁହେଁ, ରୁପା ଦାମ୍ ମଧ୍ୟ ବଢ଼ିଛି । ଏକ କିଲୋ ରୁପାର ଦାମ୍ ଏବେ ୧ଲକ୍ଷ ୧୩ହଜାର ଟଙ୍କା ରହିଛି । ତେବେ ଆଗକୁ ଅକ୍ଷୟ ତୃତୀୟା ଆସୁଥିବାରୁ ଲୋକେ ଚିନ୍ତାରେ ପଡିଛନ୍ତି । ଏହି ଦିନ ସୁନା କିଣିବାର ଏକ ପରମ୍ପରା ରହିଛି । ଯାହାଦ୍ୱାରା ଘରେ ସୁଖ, ସମୃଦ୍ଧି ଏବଂ ଧନ ବଜାୟ ରହିଥାଏ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଭାରତରେ ସୁନା ଦାମ୍ ୩୮ ପ୍ରତିଶତ ଓ ରୁପା ୩୬ ପ୍ରତିଶତ ବଢ଼ିଛି । ଆଗକୁ ବାହାଘର ସିଜିନ୍ ଆସୁଥିବାରୁ ଏପରି ପରିସ୍ଥିତିରେ କିପରି ଝିଅ ବାହାଦେବେ ବୋଲି ଲୋକେ ଚିନ୍ତାରେ ଅଛନ୍ତି ।















Leave a Reply