ଅକ୍ଷର ବ୍ୟୁରୋ: PNG ସଂଯୋଗ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ସୂଚନା । କହିଲେ ଓଡ଼ିଶାରେ ସବୁ ସହରକୁ ପାଇପ୍ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି । ବାକି ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ସହଯୋଗ କରୁଛନ୍ତି । ବିଭିନ୍ନ ଏଜେନ୍ସୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ଏ ନେଇ ସମୀକ୍ଷା ହୋଇଥିଲା । ଟାର୍ଗେଟ ଅନୁସାରେ କାର୍ଯ୍ୟ ପାଇଁ ଯୋଜନା ହୋଇଛି । ୨୦୧୭ରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ।
କିନ୍ତୁ ତତ୍କାଳୀନ ସରକାର ସହଯୋଗ ଦେଉ ନଥିବା କାରଣରୁ କାମ ସରିପାରିଲା ନାହିଁ । ଏବେ ଡବଲ ଇଞ୍ଜିନର ସରକାରରେ କାର୍ଯ୍ୟ ତ୍ବରାନ୍ବିତ ହେଉଛି । ପିଏନଜି ରେ ସମସ୍ୟା ଦେଖାଦେଲେ କମ୍ପାନୀ ମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ । ବର୍ଷା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ସରକାର ଚେଷ୍ଟା କରୁଛନ୍ତି । ନୂଆ ଟେକ୍ନୋଲୋଜି ରେ ହେବ ଯାହା ଦ୍ଵାରା ରାସ୍ତା ଅଧିକ ଖୋଳିବାକୁ ପଡ଼ିବ ନାହିଁ । ଯାହା ୨୪ ବର୍ଷରେ ହୋଇନାହିଁ ୨୪ ମାସରେ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।












Leave a Reply