ଔଷଧ ଦୋକାନରେ ରୋଗୀମାନଙ୍କୁ ଇଂଜେକସନ ଦିଆଯିବନାହିଁ; ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି

ରାଜ୍ୟର ଔଷଧ ଦୋକାନରେ ରୋଗୀମାନଙ୍କୁ ଇଂଜେକସନ ଦିଆଯିବାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି। ଏହା ନହେଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗର ସବୁ ସିଡିଏମଓଙ୍କୁ ଚିଠି କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି, ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆବଶ୍ୟକ ମେଡିକାଲ ସୁବିଧା ଥିବା ସ୍ଥାନରେ ହିଁ ଇଞ୍ଜେକସନ ଦିଆଯିବା ଉଚିତ। ଏହାଫଳରେ କୌଣସି ପାର୍ଶ୍ବପ୍ରତିକ୍ରିୟାର ସାଙ୍ଗେ ସାଙ୍ଗେ ମୁକାବିଲା କରାଯାଇପାରିବ।

ଜିଲ୍ଲାସ୍ତରରେ ଏଭଳି ଔଷଧ ଦୋକାନଗୁଡିକର ଯାଞ୍ଚ ସହ ସେମାନଙ୍କୁ ଏଭଳି କାର୍ଯ୍ୟରୁ ବିରତ କରିବା ଲାଗି ସିଡିଏମଓ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ କୁହାଯାଇଛି। ଯଦି ଆଗକୁ ଏନେଇ କୌଣସି ଅଭିଯୋଗ ଆସେ, ତାହେଲେ ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଔଷଧ ଦୋକାନଗୁଡିକରେ ଯାଞ୍ଚ କରାଯିବା ସହ ଏହାର ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପଠାଯିବ ଏବଂ ଏହା ବିରୁଦ୍ଧରେ କଠୋର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)