ଅକ୍ଷର ବ୍ୟୁରୋ: ନୂଆବର୍ଷ ପାଇଁ ପୁରୀରେ ପର୍ଯ୍ୟଟଙ୍କ ଭିଡ଼ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ଭକ୍ତ ଭିଡ଼ ଜମାଇଛନ୍ତି । ପ୍ରାୟ ୪ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୦ ଜଣ ଅତିରିକ୍ତ SP, ୩୩ ଜଣ DSP ଏବଂ ୩ ଶହରୁ ଅଧିକ ପୋଲିସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର କମାଣ୍ଡ ଗଠନ ହୋଇଛି । ୬୦ ପ୍ଲାଟୁନ୍ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଶକ୍ତିଶାଳୀ ବାହିନୀକୁ ନିୟୋଜିତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ଭିଡ଼ ନିୟନ୍ତ୍ରଣ ଲାଗି ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି ।
ସେହିପରି ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଦ୍ୱାର ଖୋଲିବାକୁ ନେଇ ବିରୋଧ । ବିରୋଧ କରି ଗଜପତି ମହାରାଜା, ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖିଲେ ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ । ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଏହା ଆଦୌ ସମୀଚିନ ନୁହେଁ । ପ୍ରତିବର୍ଷ ଧର୍ମଶାସ୍ତ୍ରବିତ ଓ ସଂସ୍କୃତି ବିଶାରଦ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ଜାନୁଆରୀ ୧ ପାଇଁ ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନ ଯାଉ । ମହାପ୍ରଭୁଙ୍କ ସ୍ୱାଭାବିକ ଦୈନନ୍ଦିନ ନୀତିକାନ୍ତିର ବ୍ୟବସ୍ଥା କରାଯାଉ ।












Leave a Reply