ଅକ୍ଷର ବ୍ୟୁରୋ: ଟାୟାର ଫାଟି ଜଳିଗଲା ହାଇୱା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଯାଜପୁର ପାଣିକୋଇଲି ଓଭରବ୍ରିଜ ଉପରେ ଦୁର୍ଘଟଣା । ସୂଚନା ଅନୁଯାୟୀ ଆଜି ସକାଳୁ ଏକ ମୋରମ ବୋଝେଇ ହାଇୱା ଚଣ୍ଡିଖୋଲରୁ ଭଦ୍ରକ ଜିଲ୍ଲା ଅଭିମୁଖେ ଯାଉଥିଲା । ହଠାତ ପାଣିକୋଇଲି ଥାନା ନିକଟସ୍ଥ ଓଭରବ୍ରିଜ ଉପରେ ଗାଡ଼ିର ଟାୟାର ଫାଟି ଯାଇଥିଲା । ଫଳରେ ଗାଡିଟି ହଠାତ ଜଳିବାକୁ ଲାଗିଥିଲା । ଗାଡ଼ିରେ ନିଆଁ ଲାଗିଥିବା ଦେଖି ଡ୍ରାଇଭର ଗାଡ଼ିରୁ ଜୀବନ ବଞ୍ଚାଇ ବାହରି ଆସିଥିଲା । ପରେ ସ୍ଥାନୀୟ ଲୋକ ଯାଜପୁର ରୋଡ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତକୁ କରିଥିଲେ । ସୌଭାଗ୍ୟବଶତ ଗାଡ଼ିର ଚାଳକଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ସେପଟେ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଯାଜପୁର ପାଣିକୋଇଲି ଓଭରବ୍ରିଜରେ ଟାୟାର ଫାଟି ଜଳିଗଲା ହାଇୱା; ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ ।











Leave a Reply