ଅକ୍ଷର ବ୍ୟୁରୋ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ନିକଟ ଦଳଖମଣ ବ୍ରିଜ୍ ଉପରେ ଭୟାବହ ସଡ଼କ ଦୁର୍ଘଟଣା। କୋଇଲା ବୋଝେଇ ଟ୍ରକ୍ ଓ ଲୁହା ବୋଝେଇ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ସମ୍ବଲପୁରରୁ କୋଇଲା ବୋଝେଇ ଟ୍ରକ୍ଟି ଅନୁଗୋଳ ଅଭିମୁଖେ ଯାଉଥିଲା। ଦଳଖମଣ ବ୍ରିଜ୍ ଉପରେ ଏହାର ଏକ ଲୁହା ବୋଝେଇ ଟ୍ରେଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ଉଭୟ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଆହତ ଦୁଇ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ବ୍ରିଜ୍ ଉପରେ ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି। ଫଳରେ ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟାତ ପ୍ରଭାବିତ ହୋଇଛି। ଯାତ୍ରୀ ଏବଂ ଅନ୍ୟ ଗାଡ଼ି ଚାଳକମାନେ ଅସୁବିଧାରେ ପଡ଼ିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି।














Leave a Reply