NH-16ରେ ଭୟାବହ ଦୁର୍ଘଟଣା: ଅଟୋକୁ ଧକ୍କା ଦେଇ ଡିଭାଇଡରରେ ପିଟିଲା କାର

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ଭୟାବହ ସଡ଼କ ଦୁର୍ଘଟଣା। ଧାମନଗର ଛକ ନିକଟରେ ଏକ ଅଟୋକୁ ଧକ୍କା ଦେବା ପରେ ଡିଭାଇଡରରେ ପିଟି ହୋଇଛି ଏକ କାର। ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ, କାରଟି ଭୁବନେଶ୍ୱରରୁ ଉଦଳା ଅଭିମୁଖେ ଯାଉଥିଲା। ଧାମନଗର ଛକ ନିକଟରେ କୌଣସି କାରଣରୁ କାରଟି ଭାରସାମ୍ୟ ହରାଇଥିଲା। ଫଳରେ ରାସ୍ତାରେ ଯାଉଥିବା ଏକ ଅଟୋକୁ କାରଟି ଧକ୍କା ଦେଇଥିଲା। ଏହାପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ଜୋରଦାର ଧକ୍କା ହୋଇଥିଲା।

ଦୁର୍ଘଟଣା ନେଇ ଖବର ପାଇବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାର କରାଯାଇଥିବା ସମସ୍ତ ଗୁରୁତର ଆହତଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଦୁର୍ଘଟଣା ପରେ NH-16ରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ରହିଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଥିଲା। ପରେ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି। କାରଟି କେଉଁ କାରଣରୁ ଭାରସାମ୍ୟ ହରାଇଥିଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial