ଅକ୍ଷର ବ୍ୟୁରୋ: ଆସନ୍ତା ୧୨ ତାରିଖ ଭାରତ ବନ୍ଦ ଡାକରା । ଅଖଚକ ବନ୍ଦ ପାଇଁ ଯୋଜନା କରୁଛି ୧୦ କେନ୍ଦ୍ରୀୟ ଶ୍ରମିକ ସଂଗଠନ । ନିଜର ହକ୍ ପାଇଁ ରାଜ ରାସ୍ତାକୁ ଓହ୍ଲାଇବାକୁ ୧୦ ଶ୍ରମିକ ସଂଗଠନ ପ୍ରସ୍ତୁତି ଚଳାଇଥିବା ବେଳେ, ଶ୍ରମିକମାନଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । ମନରେଗା ଉଚ୍ଛେଦ ସହ ଶ୍ରମିକ ବିରୋଧୀ ୪ ଶ୍ରମ-କୋଡ୍ ବାତିଲ ଦାବିରେ ଦେଶବ୍ୟାପୀ ଧର୍ମଘଟ କରିବ ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ।
ଶ୍ରମିକ ମାନଙ୍କ ଏହି ଦାବିକୁ ଯଥାର୍ଥ ବୋଲି କହିଛି କଂଗ୍ରେସ । ତେଣୁ ୧୨ ତରିଖ ଦିନ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ ସାଥ୍ ଦେବ କଂଗ୍ରେସ । ଶ୍ରମିକ, ସାଧାରଣ ଉପଭୋକ୍ତା ଓ ଚାଷୀମାନଙ୍କର ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ଯାଏ ନେତା ଓ କର୍ମୀ ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଓଡ଼ିଶା କଂଗ୍ରେସର ମୂଳ ପ୍ରସଙ୍ଗ ମନରେଗା, ବିଜୁଳି ଓ ଧାନସଂଗ୍ରହକୁ ଧର୍ମଘଟରେ ଗୁରୁତ୍ୱ ଦିଆଯାଉଥିବା ସ୍ବାଗତ ଯୋଗ୍ୟ ବୋଲି ପିସିସି ସଭାପତି କହିଛନ୍ତି । ଗତ ଜାନୁଆରୀ ୨୮ ତାରିଖରେ ନବନିର୍ମାଣ କୃଷକ ସଂଗଠନ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିଥିଲା । ଆଉ ଏବେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ କରିବାକୁ ଡାକରା ଦେଇଛି । ସେତେବେଳେ ବି ନବନିର୍ମାଣ କୃଷକ ସଂଗଠନକୁ କଂଗ୍ରେସ ସମର୍ଥନ ଜଣାଇଥିଲା । ହେଲେ ଓଡ଼ିଶା ବନ୍ଦ ସୁପର ଫ୍ଲପ ହୋଇଥିଲା । କିନ୍ତୁ ଆସନ୍ତା ୧୨ ତରିଖ ଭାରତ ବନ୍ଦ କେତେ ସଫଳ ହେଉଛି ତା’ ଦେଖିବାକୁ ବାକି ରହିଲା ।












Leave a Reply