ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍; ଭାରତୀୟ ଅର୍ଦ୍ଧ ସାମରିକ ବାହିନୀର ସମସ୍ତ ଛୁଟି ବାତିଲ।

ଜାମ୍ମୁ- କାଶ୍ମୀରର ପହଲାଗାମ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧମୂଳକ ଆକ୍ସନ ସ୍ୱରୂପ ଭାରତ ନେଇଛି ବଡ ବଦଲା । ରାତାରାତି ବିନା ସୂଚନାରେ ପାକିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ୍ । ପାକିସ୍ତାନର ସବୁଠୁ ବଡ ସହଯୋଗୀ ଚୀନ୍ ମଧ୍ୟ ଏ ନେଇ ଟେର୍ ପାଇନଥିଲା । ସେନା ମୁଖ୍ୟଙ୍କ ସହ ଘନଘନ ବୈଠକ ପରେ ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ହମଲା କରିଛି ଭାରତ । ଭାରତର ଆକ୍ରମଣକୁ ଦେଖି ଛାନିଆରେ ଥରହର ପାକିସ୍ତାନ । ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ଅର୍ଦ୍ଧ ସାମରିକ ବାହିନୀର ସମସ୍ତ ମୁଖ୍ୟଙ୍କ ଛୁଟି ବାତିଲ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ । 

କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ଜମ୍ମୁ- କାଶ୍ମୀରର ଲିଉଣ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଯୋଗାଯୋଗରେ ଅଛନ୍ତି । ଭୟଙ୍କର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୀମା ନିକଟବର୍ତୀ ଅଂଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରୁରୀ ପରିସ୍ଥିତି ସମୟରେ ଲୋକଙ୍କ ରହିବା ପାଇଁ ସୁରକ୍ଷିତ ସ୍ଥାନ ଭାବେ ବଙ୍କର ପ୍ରସ୍ତୁତ କରିବା ପାଇଁ ଅଧିକାରୀଙ୍କୁ କହିଛନ୍ତି । ସିଏପିଏଫର ମୁଖ୍ୟଙ୍କୁ ଚିଠି ଲେଖି ଛୁଟିରେ ଥିବା ସେନା ଯବାନଙ୍କୁ ତୁରନ୍ତ କାର୍ଯ୍ୟସ୍ଥଳୀକୁ ଫେରିବାକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ନଜର ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial