ଦେଶର ୧୫ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ; ୪୫୨ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ରାଧାକ୍ରିଷ୍ଣନ ।

ଦେଶର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ । ୧୫ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ସିପି ରାଧାକ୍ରିଷ୍ଣନ । ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନରେ ଆଶାଠାରୁ ଅଧିକ ଭୋଟ୍ ପାଇଁ ବିଜୟୀ ହୋଇଛନ୍ତି ରାଧାକ୍ରିଷ୍ଣନ । ଇଣ୍ଡିଆ ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ସେ ନିର୍ବାଚିତ ହୋଇଛନ୍ତି । ତେବେ ମୋଟ୍ ୯୮.୨ ପ୍ରତିଶତ ମତଦାନ ହୋଇଥିଲା ସେଥିରୁ ମୋଟ ୪୫୨ ଖଣ୍ଡ ଭୋଟ୍ ପାଇଛନ୍ତି ରାଧାକ୍ରିଷ୍ଣନ । ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଇଣ୍ଡିଆ ବ୍ଲକ ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ମିଳିଛି ୩୦୦ ଖଣ୍ଡ ଭୋଟ୍ । ଏହି ସୂଚନା ଦେଇଛନ୍ତି ରାଜ୍ୟସଭା ମହାସଚିବ ତଥା ରିଟର୍ଣ୍ଣିଂ ଅଫିସର । ହେଲେ କଥା ଉଠୁଛି, କେଉଁ ବିରୋଧୀ ସାଂସଦ ଦେଲେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍? ଆଉ କେଉଁ ସାଂସଦ କଲେ କ୍ରସ୍ ଭୋଟିଂ? କାହିଁକି ନା, ଭୋଟ୍ ହିସାବରେ ସିପି ରାଧାକ୍ରିଷ୍ଣନଙ୍କୁ ୪୩୮ ଭୋଟ୍ ମିଳିବାକୁ ଥିବାବେଳେ, ହେଲେ ତାଙ୍କୁ ମିଳିଛି ୪୫୨ ଖଣ୍ଡ ଭୋଟ୍ । ତେଣୁ ଏହି ଅଧିକ ୧୪ ଖଣ୍ଡ ଭୋଟକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି ।

ସିପି ରାଧାକ୍ରିଷ୍ଣନଙ୍କ ବୟସ ୬୭ ବର୍ଷ । ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମଗ୍ରହଣ କରିଥିଲେ ରାଧାକ୍ରିଷ୍ଣନ୍ । ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ଥିଲେ ସି.ପି. ରାଧାକ୍ରିଷ୍ଣନ୍ । ରାଜନୈତିକ କ୍ୟାରିୟରରେ ୧୯୯୮ରେ ପ୍ରଥମେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ କୋଏମ୍ବାଟୁରରୁ ୨ ଥର ସାଂସଦ ହୋଇଥିଲେ । ୨୦୦୩ରୁ ୨୦୦୬ ଯାଏଁ ସେ ତାମିଲନାଡୁ ବିଜେପି ସଭାପତି ଥିଲେ । ୨୦୨୩ ଫେବ୍ରୃଆରୀରୁ ଝାଡ଼ଖଣ୍ଡର ରାଜ୍ୟପାଳ ପରେ ୨୦୨୪ ଜୁଲାଇରୁ ମହାରାଷ୍ଟ୍ର ରାଜ୍ୟପାଳ ରହିଥିଲେ ସି.ପି. ରାଧାକ୍ରିଷ୍ଣନ୍ । ଏହା ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)