ଖୁବଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସ୍ଥାନାନ୍ତର କରାଯିବ: ରାଜସ୍ଵ ମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ପଶ୍ଚିମବଙ୍ଗ ପରେ ଓଡ଼ିଶାରୁ ବାହାରିବେ ଅନୁପ୍ରବେଶକାରୀ । ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍ ମୁଡ୍ ରେ ଓଡ଼ିଶା ସରକାର । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି । ଖୁବଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି । ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ଏସଆଇଆର କାମ ଚାଲିଛି । ଯେଉଁମାନେ ପ୍ରକୃତରେ ଭାରତୀୟ ନୁହନ୍ତି ସେମାନଙ୍କର ଭୋଟର ତାଲିକାରୁ ନାଁ କାଟିବାର ପ୍ରକ୍ରିୟା ଚାଲିଛି । ଅନୁପ୍ରବେଶକାରୀଙ୍କ ସବୁଠୁ ବଡ଼ ରାଜ୍ୟ ହେଉଛି ପଶ୍ଚିମ ବଙ୍ଗ । ସେଠି ଏବେ ଅନୁପ୍ରବେଶକାରୀଙ୍କୁ ତଡିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶାରେ ଥିବା ୩୦୦ ଅନୁପ୍ରବେଶକାରୀଙ୍କୁ ପୋଲିସ ଅଟକ ରଖିଥିଲା । ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ଅନୁପ୍ରବେଶକାରୀଙ୍କୁ ଠାବ କରିବା ପାଇଁ ସାରା ଦେଶ ଚଳଚଞ୍ଚଳ ହେବ । ଓଡ଼ିଶାରୁ ଏବଂ ଦେଶରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ସ୍ଥାନାନ୍ତର କରାଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)